19.1 C
Bhubaneswar
Wednesday, February 11, 2026
Homeଓଡିଶାଡିଜି-ଆଇଜିପି ସମ୍ମିଳନୀର ଦ୍ୱିତୀୟ ଦିନରେ ମୋଦୀ, ଶାହ; ଆଭ୍ୟନ୍ତରୀଣ ଓ ଉପକୂଳ ସରୁକ୍ଷା ଉପରେ ଫୋକସ୍‌

ଡିଜି-ଆଇଜିପି ସମ୍ମିଳନୀର ଦ୍ୱିତୀୟ ଦିନରେ ମୋଦୀ, ଶାହ; ଆଭ୍ୟନ୍ତରୀଣ ଓ ଉପକୂଳ ସରୁକ୍ଷା ଉପରେ ଫୋକସ୍‌

– ଜିରୋ ଟଲରାନ୍ସ ନୀତିକୁ ଆପଣାଇବାକୁ ପରାମର୍ଶ
ଭୁବନେଶ୍ୱର: ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜିରୋ ଟଲରାନ୍ସ ନୀତିକୁ ଆପଣାଇବାକୁ ପଡ଼ିବ। ସେହିପରି ଉପକୂଳ ସରୁକ୍ଷା, ବାମପନ୍ଥୀ ଉଗ୍ରବାଦ, ସାଇବର ଅପରାଧ, ନିଶାଦ୍ରବ୍ୟ ଓ ଅର୍ଥନୈତିକ ନିରାପତ୍ତା ମୁକାବିଲା ପାଇଁ ପ୍ରସ୍ତୁତ ହେବ ଏକ ରୋଡ୍‌ମ୍ୟାପ୍ । ଶନିବାର ଦେଶର ନିରାପତ୍ତା ପାଇଁ ଲୋକସେବା ଭବନରେ ଆରମ୍ଭ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛନ୍ତି। ଜମ୍ମୁ-କଶ୍ମୀର, ଉତ୍ତର-ପୂର୍ବ ଓ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ସୁରକ୍ଷା ସ୍ଥିତିରେ ଉନ୍ନତି ହୋଇଛି।

ଆହୁରି ସତର୍କ ରହିବାକୁୁ ପଡ଼ିବ। ସେହିପରି ବର୍ତ୍ତମାନ ତିନୋଟି ନୂତନ ଅପରାଧିକ ଆଇନ ପ୍ରଣୟନ ହେବା ପରେ ତାହା ନ୍ୟାୟ କେନ୍ଦ୍ରୀତ ହୋଇଥିବାରୁ ଖୁସି ଜାହୀର କରିଛନ୍ତି। ପୂର୍ବରୁ ତାହା ଦଣ୍ଡ-କେନ୍ଦ୍ରୀତ ଥିଲା। ଏହାର ସୁଫଳ ଲୋକେ ପାଇବେ। ୨୦୨୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ସୁରକ୍ଷା ଓ ପୁଲିସ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସବୁ ରାଜ୍ୟରେ ମିଳିତ ପ୍ରୟାସ କରାଯିବା ଦରକାର ବୋଲି ଜୋର ଦେଇଥିଲେ। ବିଶେଷକରି ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜିରୋ ଟଲରାନ୍ସ ନୀତି ଆପଣାଇବା ଏବଂ ସାଇବର ଅପରାଧର ଆହ୍ୱାନର ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଉପରେ ଜୋର୍ ଦେଇଛନ୍ତି। ଗତକାଲି ଅର୍ଥାତ ଶୁକ୍ରବାର ଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ତିନି ଦିନିଆ ଡିଜିପି-ଆଇଜିପି ସମ୍ମିଳନୀର ୫୯ତମ ସଂସ୍କରଣ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଦିନ ୧ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସ୍ୱାଗତ ଜଣାଇଥିଲେ। ସମ୍ମିଳନୀରେ ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏବଂ ଦେଶର ୯୦ ପୁଲିସ ମହାନିର୍ଦ୍ଦେଶକ, ୩୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଠ ବ୍ୟକ୍ତି ବି ଯୋଗ ଦେଇଛନ୍ତି।

ଏଣେ ପନ୍ନୁର ଧମକ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ରାଜଧାନୀରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଣେ ପୁଲିସ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇଛି।ପାଖାପାଖି ୮୫ ପ୍ଲାଟୁନ ଫୋର୍ସ ଭୁବନେଶ୍ୱରକୁ ଜଗିଛନ୍ତି। ସହରର ମୁଖ୍ୟ ଛକଗୁଡ଼ିକରେ ବିଏସ୍‌ଏଫ୍‌, ସିଆରପିଏଫ୍ ଯବାନଙ୍କ ସମେତ ସୁରକ୍ଷା ବାହିନୀର ଅନ୍ୟ କର୍ମଚାରୀ ମୁତୟନ ହୋଇଛନ୍ତି। ବିମାନବନ୍ଦର, ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନଗୁଡ଼ିକ ପୁଲିସର ସ୍କାନରରେ ରହିଛି। ପୁରା ଭୁବନେଶ୍ୱରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking