25.1 C
Bhubaneswar
Saturday, December 6, 2025
Homeଓଡିଶାଜନତା ମୈଦାନରେ ପହଞ୍ଚିଲେ ମୋଦୀ

ଜନତା ମୈଦାନରେ ପହଞ୍ଚିଲେ ମୋଦୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ଜନତା ମୈଦାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟପାଳ ହରିବାବୁ କନକ ବର୍ଧନ ସିଂ ଦେଓ ମଞ୍ଚରେ ଉପସ୍ଥିତ ଅଛନ୍ତି । ମଞ୍ଚରେ ପଟ୍ଟଚିତ୍ର ଉପହାର ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି ।ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ରୋଡ୍‌ ସୋ’ରେ ବାହାରି ୪ଟା ୧୫ରେ ଜନତା ମଇଦାନରେ ପହଞ୍ଚିଛନ୍ତି ମୋଦୀଙ୍କ ରୋଡ୍‌ ସୋ’ । ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୋଦୀ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା ।ରାଜ୍ୟବାସୀଙ୍କୁ ପ୍ରାୟ ୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ନରେନ୍ଦ୍ର ମୋଦୀ  । ଏଥିରେ ୨୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସହ ନରାଜରେ ନିର୍ମିତ ୫୦କୋଟି ଟଙ୍କାର ଇଭି ବସ୍‌ ଡିପୋର ଉଦ୍‌ଘାଟନ , ୧୦୦ଟି ନୂଆ ଇଭି ବସ୍‌ର ଶୁଭାରମ୍ଭ ଆଦି ରହିଛି । ଏଥିପାଇଁ ବିଜେପି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking