24.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଟ୍ରମ୍ପଙ୍କୁ ପ୍ରଶଂସା କଲେ ମୋଦି

ଟ୍ରମ୍ପଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ଦୁଇ ବର୍ଷର ଯୁଦ୍ଧ ପରେ ଗାଜାରେ ଶାନ୍ତିର ଆଶା ବୃଦ୍ଧି ପାଇଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୋଜନାର ଅନେକ ପ୍ରମୁଖ ସର୍ତ୍ତରେ ହମାସ ରାଜି ହୋଇଛି । ଇସ୍ରାଏଲ ଏହା ମଧ୍ୟ କହିଛି ଯେ ସେ ଆଉ ଗାଜାରେ ଆକ୍ରମଣ କରିବ ନାହିଁ । ଏହା ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରସରର ସଙ୍କେତ ଦେଉଛି । ଏହି ସମୟରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ସ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ମୋଦି କହିଛନ୍ତି ଯେ ଗାଜାରେ ଶାନ୍ତି ପ୍ରୟାସରେ ନିର୍ଣ୍ଣାୟକ ପ୍ରଗତି ଆଣିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ଆମେ ସ୍ୱାଗତ କରୁଛୁ । ବନ୍ଧକଙ୍କ ମୁକ୍ତିର ସଙ୍କେତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ଏକ ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ଦୃଢ ସମର୍ଥନ କରିିବ ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୁଇ ବର୍ଷର ଯୁଦ୍ଧ ସମାପ୍ତ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଏକ ଶାନ୍ତି ଯୋଜନା ଉପସ୍ଥାପନ କରିଥିଲେ। ହମାସ କହିଛି ଯେ ସେ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଏବଂ ଅନ୍ୟ ପାଲେଷ୍ଟାଇନୀମାନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଇଚ୍ଛୁକ କିନ୍ତୁ ଯୋଜନାର ଅନ୍ୟାନ୍ୟ ଦିଗଗୁଡ଼ିକ ପାଇଁ ପାଲେଷ୍ଟାଇନୀମାନଙ୍କ ମଧ୍ୟରେ ଆହୁରି ଆଲୋଚନା ଆବଶ୍ୟକ। ଟ୍ରମ୍ପ ହମାସର ନିଷ୍ପତ୍ତିକୁ ସ୍ୱାଗତ କରି ଲେଖିଛନ୍ତି, “ମୁଁ ଭାବୁଛି ସେମାନେ ଏକ ଦୀର୍ଘକାଳୀନ ଶାନ୍ତି ପାଇଁ ପ୍ରସ୍ତୁତ।” ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଇସ୍ରାଏଲକୁ ତୁରନ୍ତ ଗାଜା ଉପରେ ବୋମାମାଡ଼ ବନ୍ଦ କରିବାକୁ ପଡିବ ଯାହା ଦ୍ଵାରା ବନ୍ଧକମାନଙ୍କୁ ସୁରକ୍ଷିତ ଏବଂ ଶୀଘ୍ର ମୁକ୍ତ କରାଯାଇପାରିବ। ଏହି ସମୟରେ ଆକ୍ରମଣ ଜାରି ରଖିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହେବ।

ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଗାଜାରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଜନାର “ପ୍ରଥମ ପର୍ଯ୍ୟାୟ” କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଶନିବାର ଜାରି ଏକ ବିବୃତ୍ତିରେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇସ୍ରାଏଲ ଏହାର ନୀତି ଅନୁଯାୟୀ ଯୁଦ୍ଧ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କୁ ପୂର୍ଣ୍ଣ ସହଯୋଗ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking