29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶମୋଦୀଙ୍କୁ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା

ମୋଦୀଙ୍କୁ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା

ନୂଆଦିଲ୍ଲୀ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମେରନ ସୋମବାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ଏକ ବଡ଼ କଥା କହିଛନ୍ତି। କ୍ୟାମେରନ୍‌ଙ୍କ କହିବାନୁସାରେ ଭାରତର ଭବିଷ୍ୟତକୁ ନେଇ ମୋଦୀଙ୍କର ଏକ ସ୍ପଷ୍ଟ ଯୋଜନା ରହିଛି। ଭାରତର ପ୍ରତ୍ୟେକ ନାଗରିକଙ୍କ ବିକାଶ ଦିଗରେ ମୋଦୀଙ୍କ ପାଖରେ ଏକ ବଳିଷ୍ଠ ରୋଡ୍ ମ୍ୟାପ୍ ରହିଛି। ଏସବୁ ମୋଦୀଙ୍କ ଦକ୍ଷ ଶାସକଜନିତ ସାମର୍ଥ୍ୟକୁ ପ୍ରତିପାଦିତ କରୁଛି। ଏତଦ୍‌ବ୍ୟତୀତ ଭାରତରେ ମୋଦୀଙ୍କ କ୍ରମାଗତ ତୃତୀୟ କାର୍ଯ୍ୟକାଳ ଏହା ମଧ୍ୟ ପ୍ରମାଣିତ କରୁଛି ଯେ, ସେ କ୍ରମାଗତ ଭାବରେ ପ୍ରକୃତ ପରିବର୍ତ୍ତନ ଆଣିବାରେ ସକ୍ଷମ ଅଟନ୍ତି। ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ସବୁକିଛି ସମ୍ଭବ ବୋଲି ଭାରତର ପ୍ରତ୍ୟେକ ନାଗରିକ ବିଶ୍ୱାସ କରୁଛନ୍ତି। ଦେଶବାସୀଙ୍କ ଏପ୍ରକାର ବିଶ୍ୱାସ ହିଁ ଜଣେ ଶାସକ ପାଇଁ ତଥା ଏକ ସରକାର ପାଇଁ ବହୁତ ବଡ଼ ଉପଲବ୍ଧି।

ଏନ୍‌ଡିଟିଭି ପକ୍ଷରୁ ଆୟୋଜିତ ବିଶ୍ୱ ସମ୍ମିଳନୀରେ ଭାଷଣ ଦେଇ କ୍ୟାମେରନ କହିଛନ୍ତି ଯେ ପ୍ରତ୍ୟେକ ଦେଶର ମୁଖ୍ୟ ଶାସକଙ୍କ ନିକଟରେ ନିଜ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ଉନ୍ନତ ଭିତ୍ତିଭୂମି ଏବଂ ଦେଶର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଯୋଜନା ରହିବା ଜରୁରୀ। ଯେତେବେଳେ ଜଣେ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରୁଛନ୍ତି ସେହି ମୁହୂର୍ତ୍ତରୁ ହିଁ ସବୁକିଛି ଚାପ ଉକ୍ତ ବ୍ୟକ୍ତିଙ୍କ ଉପରକୁ ଆସିଯାଇଥାଏ। ଏପରି ପରିସ୍ଥିତିରେ, ତୁମେ କ’ଣ କରିବାକୁ ଚାହୁଁଛ ସେ ବିଷୟରେ ଯଦି ତୁମର ସ୍ପଷ୍ଟ ଯୋଜନା ନାହିଁ, ତେବେ ସମୟ ସମୟରେ ଉପୁଜିଥିବା ସମସ୍ୟା ହେତୁ ତୁମେ ଚିନ୍ତିତ ହେବ। ଏହି ଅବସରରେ କ୍ୟାମେରନ୍ କହିଛନ୍ତି, ଟୋନି ବ୍ଲେୟାର ଏବଂ ମାର୍ଗେରଟ ଥାଚରଙ୍କ ପରେ ବ୍ରିଟେନର କୌଣସି ପ୍ରଧାନମନ୍ତ୍ରୀ ତିନି ଥର କାର୍ଯ୍ୟ କରିନାହାଁନ୍ତି। ଭାରତରେ ମଧ୍ୟ ମୋଦୀ କ୍ରମାଗତ ୩ଥର ସରକାର ଗଠନ କରିବାରେ ସଫଳ ହୋଇଛି। ଏହା ଅତ୍ୟନ୍ତ ପ୍ରଭାବଶାଳୀ କାରଣ ଏହାର ଅର୍ଥ ହେଉଛି ମୋଦୀଙ୍କ ନିକଟରେ ପ୍ରକୃତ ପରିବର୍ତ୍ତନ ଆଣିବା ଏବଂ ସ୍ଥିର ଢଙ୍ଗରେ କାର୍ଯ୍ୟ କରିବାର କ୍ଷମତା ଅଛି।

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋମବାର ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଭାରତକୁ ଏକ ଉଦୀୟମାନ ଶକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ମୋଦୀଙ୍କ କହିବାନୁସାରେ ଯେଉଁ ସମୟରେ ବିଶ୍ୱ ଅଶାନ୍ତ ହୋଇପଡିଛି, ସେତେବେଳେ ଏହା (ଭାରତ) ଆଶାର କିରଣରେ ପରିଣତ ହୋଇଛି ଏବଂ ଆଶା ବିସ୍ତାର କରୁଛି। ଭାରତ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ ଏହାର ପରିମାଣ ଅଦୃଶ୍ୟ ଅଟେ। ଏହି ଅବସରରେ ମୋଦୀ ନିଜ ତୃତୀୟ କାର୍ଯ୍ୟକାଳର ପ୍ରଥମ ୧୨୫ଦିନରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଭାରତ ଭବିଷ୍ୟତର ଚିନ୍ତାଧାରା ସହିତ ଆଗକୁ ବଢୁଛି ଏବଂ ଏହା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ସୃଷ୍ଟି କରିବାର ସଂକଳ୍ପରେ ପ୍ରତିଫଳିତ ହୋଇଛି ବୋଲି ମୋଦୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking