25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶପାକିସ୍ତାନକୁ ମୋଦି ଭାରତର ଜୋରଦାର ଝଟ୍‌କା

ପାକିସ୍ତାନକୁ ମୋଦି ଭାରତର ଜୋରଦାର ଝଟ୍‌କା

ନୂଆଦିଲ୍ଲୀ : ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା ଗୁରୁବାର ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି) ମାମଲାରେ ବିଶ୍ୱ ବ୍ୟାଙ୍କର କୌଣସି ସକ୍ରିୟ ଭୂମିକା ରହିବ ନାହିଁ। ଏହି ଚୁକ୍ତିକୁ ଭାରତ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଛି। ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷଙ୍କ ଏହି ବୟାନ ପରେ ପାକିସ୍ତାନକୁ ଶକ୍ତ ଝଟ୍‌କା ଲାଗିଛି।

୧୯୬୦ ମସିହାରେ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ସ୍ବାକ୍ଷରିତ ଏହି ଚୁକ୍ତି ସିନ୍ଧୁ ନଦୀ ଏବଂ ଏହାର ସହାୟକ ନଦୀଗୁଡ଼ିକର ଜଳକୁ ଭାରତ ଓ ପାକିସ୍ତାନ ମଧ୍ୟରେ ବଣ୍ଟନ କରିଥାଏ। ଏହା ଅନୁଯାୟୀ, ପଶ୍ଚିମ ନଦୀଗୁଡ଼ିକ (ସିନ୍ଧୁ, ଝେଲମ, ଚେନାବ) ପାକିସ୍ତାନକୁ ଏବଂ ପୂର୍ବ ନଦୀଗୁଡ଼ିକ (ରାଭୀ, ବିୟାସ, ସତଲୁଜ) ଭାରତକୁ ବ୍ୟବହାର ପାଇଁ ର୍ନିଦ୍ଦିଷ୍ଟ ହୋଇଛି। ଏହା ସତ୍ତ୍ୱେ, ପାକିସ୍ତାନରୁ ଆତଙ୍କବାଦୀ ଆକ୍ରମଣ ଜାରି ରହିଥିବା କାରଣରୁ ଭାରତ ଏପ୍ରିଲ ୨୪, ୨୦୨୫ରେ ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ଏହା ପୂର୍ବରୁ ଜାମ୍ମୁ-କଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା।

ଅଜୟ ବଙ୍ଗା ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତି ଦୁଇ ସାର୍ବଭୌମ ରାଷ୍ଟ୍ର ମଧ୍ୟରେ ଏକ ଚୁକ୍ତି। ଯଦି ଉଭୟ ଦେଶ ମଧ୍ୟରେ କୌଣସି ବିବାଦ ଉପୁଜେ, ବିଶ୍ୱ ବ୍ୟାଙ୍କର ଭୂମିକା କେବଳ ଏକ ନିରପେକ୍ଷ ବିଶେଷଜ୍ଞ କିମ୍ବା ଆର୍ବିଟ୍ରେଟର ନିଯୁକ୍ତି ପାଇଁ ସହାୟତା କରିବା ସୀମିତ। ଏହା ବ୍ୟତୀତ ଆମର କୌଣସି ଭୂମିକା ନାହିଁ। ସେ ଆହୁରି କହିଛନ୍ତି ଯେ ଏହି ଚୁକ୍ତି ସମୟରେ ଗଠିତ ଏକ ଟ୍ରଷ୍ଟ ଫଣ୍ଡ ମାଧ୍ୟମରେ ଏହି ପ୍ରକ୍ରିୟାର ଖର୍ଚ୍ଚ ବିଶ୍ୱ ବ୍ୟାଙ୍କ ପରିଚାଳନା କରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking