18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବିହାରରେ ୧୩ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ମୋଦି

ବିହାରରେ ୧୩ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଗୟାର ପବିତ୍ର ଭୂମିରୁ ୧୩ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ମୋଦି । ବିହାର ଲୋକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଶକ୍ତି, ସ୍ୱାସ୍ଥ୍ୟ ଏବଂ ସହରାଞ୍ଚଳ ବିକାଶ ସହିତ ଜଡିତ ଅନେକ ବଡ଼ ପ୍ରକଳ୍ପ ଅଛି । ଏହା ବିହାରର ଶିଳ୍ପକୁ ମଜବୁତ କରିବ ଏବଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ମୁଁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ବିହାରର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି। “ଉଦ୍ଘାଟନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ରେ ସମ୍ବୋଧନ କରିଛନ୍ତି । ସମ୍ବୋଧିତ କରିବା ସମୟରେ କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି ଆତଙ୍କବାଦୀ ଖସି ଯାଇପାରିବ ନାହିଁ। ଯେତେବେଳେ କୌଣସି ଶତ୍ରୁ ଭାରତକୁ ଚ୍ୟାଲେଞ୍ଜ କରିଛି, ବିହାର ଦେଶ ପାଇଁ ଢାଲ ହୋଇ ଠିଆ ହୋଇଛି। ବିହାର ମାଟିରେ ନିଆଯାଇଥିବା ସଂକଳ୍ପ କେବେ ବ୍ୟର୍ଥ ଯାଏ ନାହିଁ। ଯେତେବେଳେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ,ଆମର ନିର୍ଦ୍ଦୋଷ ନାଗରିକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଯାଇଥିଲା, ମୁଁ ବିହାରର ଏହି ମାଟିରୁ କହିଥିଲି ଯେ ଆତଙ୍କବାଦୀମାନଙ୍କୁ ନିପାତ କରାଯିବ।ଆଜି ବିଶ୍ୱ ଦେଖୁଛି ଯେ ବିହାର ମାଟିରେ ନିଆଯାଇଥିବା ସଂକଳ୍ପ ପୂରଣ ହୋଇଛି।”ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପାକିସ୍ତାନର ଗୋଟିଏ ବି କ୍ଷେପଣାସ୍ତ୍ର ଆମକୁ କ୍ଷତି ପହଞ୍ଚାଇ ପାରିବ ନାହିଁ। ଅପରେସନ୍ ସିନ୍ଦୁର ଭାରତର ପ୍ରତିରକ୍ଷା ନୀତିରେ ଏକ ନୂତନ ରେଖା ଟାଣିଛି। ଭାରତରେ ଆତଙ୍କବାଦୀମାନଙ୍କୁ ପଠାଇ ଆକ୍ରମଣ କରିବା ପରେ କେହି ଖସି ଯାଇପାରିବେ ନାହିଁ। ଯଦିଓ ଆତଙ୍କବାଦୀମାନେ ପାତାଳରେ ଲୁଚି ରହନ୍ତି, ଭାରତର କ୍ଷେପଣାସ୍ତ୍ର ସେମାନଙ୍କୁ କବର ଦେବ।”ଅସହାୟ ଲୋକଙ୍କୁ ଘର ଯୋଗାଇବା ମୋର ସଂକଳ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking