ନୂଆଦିଲ୍ଲୀ : ଭାରତର ରାଜଧାନୀକୁ ୪ ହଜାର ୫ ଶହ କୋଟି ପରିଯୋଜନା କଲେ ମୋଦୀ ସରକାର । ପ୍ରଧାନମନ୍ତ୍ରୀ ବସ୍ତି ବାସିନ୍ଦାକୁ ଦୃଷ୍ଟିରେ ରଖି ୪ ହଜାର ୫ ଶହ କୋଟି ଟଙ୍କା ଭେଟି ଦେଇଛନ୍ତି । ଦି୍ଲଲୀ ଅଶୋକ ବିହାରରେ ନିର୍ମାଣ ହୋଇଥିବା କ୍ୱାର୍ଟରର ଚାବି ବାଣ୍ଟିଲେ ମୋଦି । ସହରୀ ପୁନଃ ବିକାଶ ପରିଯୋଜନାର ଉଦଘାଟନ କରିବା ସହ ଗରିବଙ୍କୁ ଘର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଭର୍ଚୁଆଲ ମୋଡରେ ଦ୍ୱାରକା ଠାରେ ସିବିଏସଇର ନୂତନ କୋଠା ଲୋକାର୍ପଣ ଓ ନଗଫଗଡର ରୋଶନାପୁରାରେ ବୀର ସାବେରକର କଲେଜ ନିର୍ମାଣ ପାଇଁ ଶିଳାନ୍ୟାସ ସ୍ଥାପନ କରିଛନ୍ତି ।