ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋହରୀ ପାଳନ କରିଛନ୍ତି । ଏଥିପାଇଁ ଦିଲ୍ଲୀର ନାରାୟଣା ଗାଁରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗାଁରେ ଲୋହରୀର ପବିତ୍ର ଅଗ୍ନି ସଂଯୋଗ କରିଥିଲେ । ଏହା ସହ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଜି. କ୍ରିଷ୍ଣାରେଡୀଙ୍କ ବାସଭବନକୁ ଯାଇ ପୋଙ୍ଗଲ ଉତ୍ସବରେ ସାମିଲ ହୋଇଥିଲେ । ଅଭିନେତା ଚିରଞ୍ଜିବି, କେନ୍ଦ୍ରମନ୍ତ୍ରୀ ଏଲ୍. ମୁରଗନ ଓ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ । ଏହାର ଭିଡିଓ ଏବଂ ଫଟୋ ପୋଷ୍ଟ କରି ଲୋହରୀ ଓ ପୋଙ୍ଗଲର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।