26.1 C
Bhubaneswar
Monday, March 23, 2026
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ : ଶନିବାର ନୂଆଦିଲ୍ଲୀରେ ଭାଜପା ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରିଛନ୍ତି। ଉକ୍ତ ବୈଠକରେ ମୋଦି କହିଛନ୍ତି ନିର୍ବାଚନ ସମୟରେ ଦଳ ପକ୍ଷରୁ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟରେ ଭାଜପା ପ୍ରଥମ ଥର କ୍ଷମତାକୁ ଆସିଥିବା ବେଳେ ଦଳ ଓ ସରକାରଙ୍କ ମଧ୍ୟରେ କିଭଳି ସମନ୍ଵୟ ରକ୍ଷା ହେବ।ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା କିଭଳି ଘରେ ଘରେ ପହଞ୍ଚିବ। ଲୋକମାନେ କିପରି କେନ୍ଦ୍ରରେ ଉପକୃତ ହେବେ ଏବଂ ଯୋଜନା ସବୁ କିପରି ତୃଣମୂଳ ସ୍ତରରେ ପହଞ୍ଚିବ ସେନେଇ ବୈଠକରେ ଚର୍ଚ୍ଚା ହୋଇଥିଲା। ସେହିପରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହିତ ଲୋକଙ୍କୁ ସୁଶାସନ ଦିଆଯାଇପାରିବ ତା’ଉପରେ ବିଶେଷ ଭାବେ ଜୋର ଦେବାକୁ ସମସ୍ତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କେନ୍ଦ୍ରୀୟ ନେତୃତ୍ବ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ସଂଗଠନ ସ‌ହ ନିୟମିତ ଭାବେ ସମନ୍ବୟ ରଖିବାକୁ ବିଶେଷ ଭାବେ କହିଛନ୍ତି। ଏହି ଅବସରରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ନିଜ ନିଜ ରାଜ୍ୟର ସମସ୍ୟା ସମ୍ପର୍କରେ କେନ୍ଦ୍ରୀ କନ୍ଦ୍ରୀୟ ନେତୃତ୍ବଙ୍କୁ ଅବଗତ କରାଇଥିଲେ । ତେବେ ଶନିବାର ସନ୍ଧ୍ୟାରେ ଭାଜପା ମୁଖ୍ୟାଳୟଠାରେ ଭାଜପା ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ଯକ୍ଷତା କରିଥିଲେ। ମୁଖ୍ୟମନ୍ତ୍ରୀ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଭାଜପା ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଭାଗ ନେଇଥିଲେ। ଏହି ବୈଠକ ରବିବାର ଅର୍ଥାତ ଆଜି ମଧ୍ୟ ଚାଲୁ ରହିବ। ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଦଳର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking