29.1 C
Bhubaneswar
Tuesday, March 31, 2026
Homeଓଡିଶାଅର୍ଥନୀତିର ମଧ୍ୟମ ଅଭିବୃଦ୍ଧି: ସିଏଜି

ଅର୍ଥନୀତିର ମଧ୍ୟମ ଅଭିବୃଦ୍ଧି: ସିଏଜି

ଭୁବନେଶ୍ବର:  ସିଏଜି ରିପୋର୍ଟ ଉନ୍ମୋଚିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏଜି କାର୍ଯ୍ୟାଳୟ ମଙ୍ଗଳବାର ଦିନ ସିଏଜି ରିପୋର୍ଟ ଜାରି ହୋଇଛି। ୨୦୨୪- ୨୫ରେ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ମଧ୍ୟମ ଅଭିବୃଦ୍ଧି ହୋଇଛି । ୧୧.୪୦ ପ୍ରତିଶତ ଅଭିବୃଦ୍ଧି ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରାଜ୍ୟ ଘରୋଇ ଉତ୍ପାଦ ୮,୯୦, ୦୩୮ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୪-୨୫ରେ ରାଜ୍ୟରେ ୨୨, ୬୫୧ କୋଟି ଟଙ୍କାର ରାଜସ୍ୱ ବଳକା ହୋଇଛି । ୨୦୨୪- ୨୫ରେ ରାଜସ୍ୱ ସଂଗ୍ରହ ୨.୪୩ ପ୍ରତିଶତ ବୃଦ୍ଧି ପାଇଛି । ନିଜସ୍ୱ ଟିକସ ୨ ହଜାର କୋଟିରୁ ଅଧିକ ବୃଦ୍ଧି ହୋଇଛି । ଅଣ ଟିକସ ରାଜସ୍ୱ ୧୭୯୦ କୋଟି ହ୍ରାସ କରାଯାଇଛି । ୨୦୨୮ରୁ ୨୦୨୩ ମଧ୍ୟରେ ସଡକ ସେତୁ ନିର୍ମାଣ କ୍ଷେତ୍ରରେ ୯୫୫ କୋଟି ଫେରିଛି । ଜେଲ ପ୍ରଶାସନ ପରିଚାଳନାରେ ସରକାରଙ୍କ ବିଫଳତା ଦର୍ଶାଯାଇଛି । ୨୦୨୮ରୁ ୨୦୨୩ ମଧ୍ୟରେ ୩୧ ଟି ଜେଲରେ ମାତ୍ରାଧିକ କଏଦୀ ଥିଲେ । ସିସିଟିଭି କ୍ୟାମେରା, ମେଟାଲ ଡିଟେକ୍ଟର , ବ୍ୟଗେଜ ସ୍କାନର ଅଚଳ ଥିଲା । ଏହି ୫ ବର୍ଷରେ ଜେଲରୁ ୨୯ କଏଦୀ ଫେରାର ହୋଇଚନ୍ତି । ଜଙ୍ଗଲ ଜମି ହସ୍ତାନ୍ତର ନେଇ ୨୧ କୋଟି କ୍ଷତିପୂରଣ ଆଦାୟ ହୋଇନି । ୨୦୨୦-୨୩ ମଧ୍ୟରେ ହସ୍ତତନ୍ତ ବିଭାଗର ତ୍ରୁଟି ପାଇଁ ୧୨ କୋଟି କ୍ଷତି ହୋଇଛି । ଅଧିକ ଖଣି ଉତ୍ତୋଳନ ପାଇଁ ସରକାରଙ୍କର ପ୍ରାୟ ୪୦ କୋଟି ରାଜସ୍ୱ କ୍ଷତି ହୋଇଛି । ବିଳମ୍ବିତ ରୟାଲିଟି ଆଦାୟ ଯୋଗୁଁ ୯୦ କୋଟି ଟଙ୍କା କ୍ଷତି ହୋଇଛି । ମହିଳା ଶିଶୁ ବିକାଶ ବିଭାଗ ୩୮୧ କୋଟି ୪୧ ଲକ୍ଷ ଖର୍ଚ୍ଚ କରପାରିନି । ମନରେଗାରେ ୪୧୯ କୋଟି ଟଙ୍କାର ଅର୍ଥ ଅପବ୍ୟୟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking