ଭୁବନେଶ୍ୱର: ଆ ସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ ମଣ୍ଡି । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । କହିଛନ୍ତି, ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ ମଣ୍ଡି । ଆବଶ୍ୟକତା ଦେଖି ବଡ ଜିଲ୍ଲାରେ ୨ଟି ମଣ୍ଡି ହେବ । ମଡେଲ ମଣ୍ଡିରେ ରହିବ ବିଶ୍ରାମଗାର ଓ ଟିଫିନ ସେଣ୍ଟର । ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ବି ରହିବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଲେ ସମବାୟ ମନ୍ତ୍ରୀ ।










