ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ତେବେ ଏଣିକି ମୋବାଇଲ, ଚାର୍ଜର ଓ ବ୍ୟାଟେରୀ ଶସ୍ତା ହେବ । ସମ୍ପୃକ୍ତ ଜିନିଷ ଉପରୁ କଷ୍ଟମ ଡୁ୍ୟଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସୋଲାର ପ୍ୟାନେଲ ଓ ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଅନ୍ୟପକ୍ଷରେ ୩ ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡୁ୍ୟଟି କମିବ । ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡୁ୍ୟଟି କମିବ । ଏକ୍ସରେ ଟୁ୍ୟବ ଊପରୁ ମଧ୍ୟ ଅର୍ଥମନ୍ତ୍ରୀ ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି ।