ଭୁବନେଶ୍ୱର : ଆଜିଠୁ ୩ ଦିନ ଯାଏଁ ମୋ ବସ୍ ଚଳାଚଳରେ କଟକଣା ରହିବ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଜିଠୁ ୧ ତାରିଖ ଯାଏଁ କଟକଣା ଜାରି କରିଛି କ୍ରୁଟ । ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ମୋ ବସ ଚଳାଚଳ ବାଧାପ୍ରାପ୍ତ ଯେପରି ନ ହେଉ ଏଭଳି କଟକଣା ଜାରି କରାଯାଇଛି । ରୁଟ ନମ୍ବର ୯,୧୦ ୧୧,୧୨,ଏଇ୧, ଏଇ୨, ୧୩,୧୭,୨୦,୨୧,୨୨ଏ ,୨୩,୨୫, ୨୬,୨୭,୨୮,୩୦,୩୧,୩୨,୩୬,୩୭.୩୮,୩୯,୪୦,୪୪,୪୬,୪୭,୬୪,ଏବଂ ୬୬ରେ ମୋ ବସ ଚଳାଚଳର ପ୍ରଭାବିତ ହେବ । ଆଜିଠୁ ୩ଦିନ ପଯ୍ୟନ୍ତ ଏହି କଟକଣା ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିିଆଯାଇଛି ।










