22.1 C
Bhubaneswar
Saturday, March 21, 2026
Homeଓଡିଶାରାଜିବ ଗାନ୍ଧୀ ଷ୍ଟାଡିୟମ୍ କୁ ବିଧାୟକ ପରିଦର୍ଶନ

ରାଜିବ ଗାନ୍ଧୀ ଷ୍ଟାଡିୟମ୍ କୁ ବିଧାୟକ ପରିଦର୍ଶନ

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ରୋଡ ସହର ରେ ଥିବା ରାଜିବ ଗାନ୍ଧୀ ଷ୍ଟାଡିୟମ୍ କୁ କୋରେଇ ବିଧାୟକ ଆକାଶ ଦାସ ନାୟକ ପରିଦର୍ଶନ କରିଚନ୍ତି l ଜିଲ୍ଲା ର ଏକ ମୁଖ୍ୟ ଷ୍ଟାଡିୟମ୍ l ଏହି ଷ୍ଟାଡିୟମ୍ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ଷ୍ଟାଡିୟମ୍ ର ବିକାଶ ଉନ୍ନତି କରଣ ପାଇଁ ନିର୍ବାଚନ ଅବ୍ୟହିତ ପୁର୍ବ ରୁ ସହର ବିଭନ୍ନ ସଂଗଠନ ପକ୍ଷରୁ ଅନ୍ଧୋଲାନ କାରା ଯାଇ ଥିଲା ଏହି ଷ୍ଟାଡିୟମ ବିକାସ ପାଇଁ ତତ୍ କାଳୀନ ସରକାର ଷ୍ଟା ଡିୟମ ବିକାସ ପାଇଁ କ୍ରୀଡା ବିଭାଗ କୁ ସର୍ବେ କରି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ l କ୍ରୀଡା ବିଭାଗ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରି ଅର୍ଥ ମଞ୍ଜୁର ପାଇଁ ଆର୍ଥ ବିଭାଗ କୁ ପ୍ରଦାନ କରି ଥିଲେ l ଏହି ସମୟ ରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାରୁ ଫାଇଲ ନାଲି ପିତା ତଳେ ପଡ଼ିରହିଛି ଷ୍ଟାଡିୟମ ର ବିଳାସ ପାଇଁ ଆଜି କୋରେଇ ବିଧାୟକ ଷ୍ଟାଡିୟମ୍ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଯାଇଥିଲେ l ଷ୍ଟାଡିୟମ୍ ଓ ଇଣ୍ଡୋର ଷ୍ଟାଡିୟମ ର ସମସ୍ୟା ଉପଲବ୍ଧି କରି ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଟୁ ଓ ଖେଳାଳୀ ଓ କ୍ରୀଡା ବିତି ମl ନଂକ ସହ ଆଲୋଚନା କରିଥିଲେ l ଏହି ଷ୍ଟାଡିୟମ ଶୀଘ୍ର ଉନ୍ନତି କରଣ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେବେବୋଲି ବିଭିନ୍ନ ଗଣ ମାଧ୍ୟମ କୁ ସୁଚନା ଦେଇ ଥିଲେ l ଷ୍ଟାଡିୟମ ସମସ୍ତ ସମାଧାନ ହେବା ସଙ୍ଗେ ସଙ୍ଗେ ରାଜ୍ୟ ର ପ୍ରମୁଖ ଷ୍ଟାଡିୟମ ରୁପେ ପ୍ରତିଷ୍ଠା ଲଭ କରିବ ବୋଲି ସେ କହିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking