ଭୁବନେଶ୍ୱର : ବିଧାୟକଙ୍କ ଦରମା, ପେନସନ ବୃଦ୍ଧି ପ୍ରସଙ୍ଗରେ କ୍ରାନ୍ତି ଓଡିଶା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଦରମା ବଢିଲେ କିମ୍ବା ପେନସନ ବୃଦ୍ଧି କରିଲେ ତେବେ ରାଜ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି କ୍ରାନ୍ତି ଓଡିଶାର ଅଧ୍ୟକ୍ଷ ଚେତାବନୀ ଜଣାଇଛନ୍ତି । ଏବଂ କ୍ରନ୍ତି ଓଡିଶା ପକ୍ଷରୁ କୁହାଯାଉଛି ଯେ, ବିଧାୟକ, ସାଂସଦ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କୌଣସି ସରକାରୀ କର୍ମଚାରୀ ନୁହଁନ୍ତି । ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ସେବା ନିମନ୍ତେ ପାଞ୍ଚ ବର୍ଷ ପାଇଁ ମନୋନୀତ ହୋଇଥାନ୍ତି । ବର୍ତ୍ତମାନ ରାଜ୍ୟରେ ସମଗ୍ର ଦେଶରେ ଋଣଭାର ବୁଡି ରହିଛି । ରାଜ୍ୟର ଆର୍ଥିକ ବ୍ୟବସ୍ଥା ଖରାପ ଯୋଗୁଁ ରାଜ୍ୟସରକାରଙ୍କ ନଜ ମୁଖ୍ୟମନ୍ତ୍ରୀ ଅନ୍ୟ ଦେଶ ଓ ରାଜ୍ୟ ଯାଇ ପ୍ରତିଷ୍ଠିତ କମ୍ପାନୀମାନଙ୍କୁ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ କାକୁତି ମିନତି ହେଉଛନ୍ତି । ରାଜ୍ୟ ସରକାରଙକ୍ ନିଯୁକ୍ତି ଆଇନ ଦ୍ୱାରା ମନୋନୀତ ଓ ନିୟୋଜିତ ସମସ୍ତ ପ୍ରକାର ଶିକ୍ଷକ କର୍ମଚାରୀ ଓ ପଦସ୍ଥ ଅଧିକାରୀମାନଙ୍କ କ୍ଷେତ୍ରରେ ପୁରାତନ ପେନସନ ବ୍ୟବସ୍ଥାକୁ ୨୦୦୪ ମସିହାରୁ ସମ୍ପର୍ଣ୍ ବନ୍ଦ କରିଦେଇଛନ୍ତି । ରାଜ୍ୟର ଆର୍ଥିକ ଅବସ୍ଥା ଦୟନୀୟ ଯୋଗୁଁ ରାଜ୍ୟରେ ବଜେଟ ଅନୁମୋଦିତ ସ୍ଥାୟୀ ପଦବୀ ଗୁଡିକ ସରକାର ପୂରଣ କରି ନପାରି ଆଉଟ ସଓର୍ସିଂ ସଂସ୍ଥା ଅଧିନରେ ସ୍ୱଳ୍ପ ଦରମାରେ ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କୁ ଦାଦନ ଭଳି ଖଟାଉଛନ୍ତି । ନିଯୁକ୍ତି ଆଇନ ଦ୍ୱାରା ନିଯୁକ୍ତି ପ୍ରାପ୍ତ ଉଚ୍ଚ ଶିକ୍ଷିତ କର୍ମଚାରୀ , ଶିକ୍ଷକମାନେ ଯଦି ଉପଯୁକ୍ତ ଦରମା ଓ ପେନସନ ପାଇବେ ନାହିଁ । ତେବେ ସ୍ୱଇଛ୍ଛାରେ ସେବାମୂଳକ ଭାବରେ କାଯ୍ୟ କରିବାପାଇଁ ମାତ୍ର ୫ ବର୍ଷ ପାଇଁ ମନୋନୀତ ହୋଇଥିବା ସେବକମାନେ କେଉଁ ଭିତ୍ତିରେ ଉଚ୍ଚ ଦରମା ଓ ପେନସନ ପାଇବେ ବୋଲି କ୍ରାନ୍ତି ଓଡିଶା ପ୍ରଶ୍ନ ପଚାରିଛି । ଏହି ୫ ବର୍ଶିଆ ସେବକମାନେ କାହିଁକି ଦରମା ଓ ପେନସନ ପାଇବେ । ବର୍ତ୍ତମାନ ରାଜ୍ୟରେ ଯେଉଁ ନୂତନ ପିଲା ଜନ୍ମ ହେଉଛ୍ତି ତାଙ୍କ ଉପରେ ୫୨,୦୦୦ରୁ ଉଦ୍ଧ ଟଙ୍କା ଋଣ ଭାର ପଡୁଛି । ଏହି ୫ ବର୍ଶିଆ ସେବକମାନଙ୍କ ଦରମା ୨,୫୦,୦୦୦ ଓ ପେନସନ ୭୦,୦୦୦ କଲେ ଯେଉଁ ଋଣ ବୋଝ ବଢିବ ତାକୁ କିଏ ପରିଶୋଧ କରିବ ବୋଲି କ୍ରାନ୍ତି ଓଡିଆ ପ୍ରଶ୍ନ କରିଛି ।










