ଭୁବନେଶ୍ୱର: ୩ ଦିନ ହେଲା ଚାଲିଛି ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ । ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡ଼ରରେ କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସି ରହିଛନ୍ତି । ସରକାର ଦାବି ନମାନିବା ଯାଏଁ ଧାରଣାସ୍ଥଳରୁ ଉଠିବୁ ନାହୁଁ ବୋଲି ମହିଳା କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି। ସେହିପରି ବିଧାନସଭାରେ ମଧ୍ୟରେ ଏହାକୁ ନେଇ ତୁମ୍ବିତୋଫାନ ହୋଇଛି । ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନରେ ବିଜେଡି ଓ କଂଗ୍ରେସ ବିଧାୟକ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ବିରୋଧରେ ସ୍ବର ଉଠାଇବା ଦେଖିବାକୁ ମିଳିଛି । ତେବେ ୩ ଦିନ ହେଲା ଆନ୍ଦୋଳନ ଚାଲିଥିଲେ ମଧ୍ୟ ସରକାର ଏ ଯାଏ ମିଶନ ଶକ୍ତି ମହିଳାଙ୍କ ଦାବି ଶୁଣି ନାହାନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମିଶନ ଶକ୍ତି ମହିଳା ମାନଙ୍କୁ କାହା କଥା ରେ ପଡି ତଳେ ଗଡ ନାହିଁ ବୋଲି କହିଥିଲେ । ଏହି କଥା କୁ ନେଇ ମହିଳା ମାନେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ଜବାବ ଦେଇ କହିଛନ୍ତି ଯେ , ଆମେ ଘର ଛାଡି ଅଂଶ ୩ ଦିନ ହେଲା ଅନ୍ଧାର ଶୀତ ରାତିରେ ପଡିରହିଛୁ ଏମେ , କାମ କରିଛୁ ବୋଲି ଆମ ହକ ପାଇଁ ଆସିଛୁ । ଆମେ ଭିକାରି ନୁହେଁ ଯେ , ତଳେ ଗଡିବୁ ଆପଣ ଆପଣଙ୍କ କଥାରେ ଠିକ ରଖନ୍ତୁ ।