20.1 C
Bhubaneswar
Monday, February 9, 2026
Homeଓଡିଶାମା'ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ମିଶନ ଶକ୍ତି କ୍ୟାଫେ

ମା’ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ମିଶନ ଶକ୍ତି କ୍ୟାଫେ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା ଗସ୍ତ କରି ତେରୁଣ୍ଡିଆ ଗ୍ରାମଦେବତୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ କୁରୁକୁଣ୍ଡlଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଉପମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ପରେ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମିଶନ ଶକ୍ତି କ୍ୟାଫେର ଉଦଘାଟନ କରିଥିଲେ। ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ଏହି କ୍ୟାଫେ ମିଶନ ଶକ୍ତି ମା’ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି କ୍ୟାଫେ ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କର ପରିବାର ବର୍ଗଙ୍କୁ ଅଧିକ ସହାୟକ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ନିମାପଡା ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା,ଉପାଧ୍ୟକ୍ଷ ଏବଂ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସାମିଲ ଥିଲେ। ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାରେ କିପରି ଉନ୍ନତି ହେବ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସୁବିଧା ଯୋଗାଇଦେବା ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ଶ୍ରୀମତୀ ପରିଡା। ସେହିପରି ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ଆୟୋଜିତ “ନୂତନ ଭତ୍ତା ବଣ୍ଟନ” କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ । ପରେ ପଞ୍ଚାୟତ ସମିତି, ନିମାପଡ଼ା ସ୍ଥିତ ସମ୍ମିଳନୀ କକ୍ଷରେ ନିମାପଡ଼ା ଏବଂ ଗୋପ ବ୍ଲକର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର କର୍ମଚାରୀ ମାନଙ୍କ ସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ନିମାପଡା ଗସ୍ତ ଅବସରରେ କୁଅଁରପୁର ସ୍ଥିତ ଵାଣିଶ୍ରୀ କଲେଜର ଦିବ୍ୟାଙ୍ଗ ଛାତ୍ର ମଣ୍ଟୁ ଜେନାଙ୍କୁ ଏକ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ। ଏଥିସହ ମହାପ୍ରଭୁଙ୍କ ନିକଟରେ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking