26.1 C
Bhubaneswar
Wednesday, March 25, 2026
Homeଓଡିଶା୩୨ ବର୍ଷ ଯୁବକ ନିଖୋଜ, ଥାନାରେ ଅଭିଯୋଗ

୩୨ ବର୍ଷ ଯୁବକ ନିଖୋଜ, ଥାନାରେ ଅଭିଯୋଗ

କେନ୍ଦ୍ରାପଡ଼ା : ଢ଼େଙ୍କାନାଳ ଜିଲ୍ଲା ପରଙ୍ଗ ନିକଟରେ ଲାଇନ୍ ମ୍ୟାନ୍ ସହ କାର୍ଯ୍ୟ କରୁଥିବା ବେଳେ ଏକ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ନାମ କେଶବ ମଲିକ (ଛୋଟା) ବୟସ ୩୨। କେଶବଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ବରାହିଲ ଗ୍ରାମରେ।

ମିଳିଥିବା ଖବର ଅନୁଯାୟୀ, କେଶବ ଜାନୁଆରୀ ୧୨ରେ ଲାଇନ୍‌ମ୍ୟାନ୍ ସହ କାମ କରୁଥିଲେ। ମଧ୍ୟାହ୍ନରେ ରୁମ୍‌କୁ ଆସି ଲଞ୍ଚ କରି ସାରି ପୁଣି କାର୍ଯ୍ୟସ୍ଥଳକୁ ଯିବା ପାଇଁ ହାତରେ ଏକ ବ୍ୟାଗ୍ ଧରି ଆସିଥିଲେ। କିନ୍ତୁ କେଶବଙ୍କ ଆଉ କୌଣସି ଖୋଜ୍ ଖବର ମିଳୁ ନାହିଁ। ଏଠି ପ୍ରଶ୍ନ ଉଠୁଛି କେଶବ ସହ ତାଙ୍କ ସାଥୀ କର୍ମଚାରୀ ମଧ୍ୟ ଆସିଥିଲେ। କିନ୍ତୁ କେଶବଙ୍କ କୌଣସି ଖୋଜ୍ ଖବର ମିଳୁନି ବୋଲି ସନ୍ଦେହ ସୃଷ୍ଟି ହେଉଛି।

ଏ ନେଇ ପରିବାର ଲୋକେ ୧୩ ତାରିଖରେ ଅନୁଗୋଳ ଜିଲ୍ଲା ନିଶା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନିଖୋଜ କେଶବଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଦେଇଛି। ଏଠି ପ୍ରଶ୍ନ ଉଠୁଛି କେଶବ ନିଖୋଜ ନା’ ଆଉ କିଛି ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିବ। କେଶବ ମଧ୍ୟ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking