ପାରାଦୀପ: କେବେ ଫେରିବେ ମନୋଜ, ୧ ମାସ ବିତିଗଲାଣି, ହେଲେ ଟେର୍ ପାଉନି ପୁଲିସ। ଆସ୍କାରୁ ପାରାଦୀପ ଆଦର୍ଶ ଥାନା ଦୌଡ଼ି ବୁଢା ବାପା ନିରାଶ ହେବାପରେ ଭଗବାନଙ୍କୁ ଆଶ୍ରା କରି ବାଟ ଚାଲୁଛି। କିନ୍ତୁ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ପୁଲିସ ବାବୁଙ୍କ କଥା ଶୁଣି ନ୍ୟାୟ ପାଇଁ ଆସିଥିବା ବୁଢ଼ା ବାପା ଶେଷରେ ନିରାଶ ହୋଇ ନିଜ ଘର ଆସ୍କା ଫେରିବା ସହିତ ପାରାଦୀପ ଆଦର୍ଶ ଥାନା ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ କଠୋର ଭାଷାରେ ନିନ୍ଦା କରିଛନ୍ତି। ପାରାଦୀପ ଚେନ୍ନାଇ ରାଧା ଇଞ୍ଜିନିଅରିଂରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲା ଆସ୍କାର ମନୋଜ ମହାରଣା ଗତ ଫେବୃଆରୀ ୨ ତାରିଖରେ କମ୍ପାନୀରୁ ଛୁଟିନେଇ ଘରକୁ ଯାଇଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଘରେ ପହଞ୍ଚି ନାହାନ୍ତି। ପାରାଦୀପ ବନ୍ଦରରେ କାର୍ଯ୍ୟ କରୁଥିବା ଚେନ୍ନାଇରାଧା କମ୍ପାନୀରେ କାମ କରୁଥିବା ଆସ୍କା ଗଞ୍ଜାମ ଜିଲ୍ଲାର ମନୋଜ ମହାରଣା ( ୩୫) ପିତା ତ୍ରିନାଥ ମହାରଣାଙ୍କ ପୁଅ ଫେବୃଆରି ୨ ତାରିଖରେ ଛୁଟିରେ ଯାଇ ନିଖୋଜ ହୋଇଛନ୍ତି। ତାଙ୍କ ପରିବାର ଲୋକ ଖୋଜା ଖୋଜି କରି ନିରାଶ ହୋଇ ଆଇନ୍ର ଆଶ୍ରୟ ନେଇଛନ୍ତି ବାପା ତ୍ରିନାଥ ।ଆସ୍କା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆସ୍କା ଥାନା ପାରାଦୀପରେ ଅଭିଯୋଗ କରବାକୁ କହିଥିଲେ। ବାପା ତ୍ରିନାଥ ତାଙ୍କ ପରିବାର ନିରାଶ ହୋଇ ପାରାଦୀପ ଆସି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ବି ଆଦର୍ଶଥାନା ଅଧିକାରୀ କୌଣସି ପ୍ରକାର କର୍ଣ୍ଣଗୋଚର ନକରିବା ଏବଂ ନିଖୋଜ ପୁଅକୁ ଖୋଜିବା ପାଇଁ ଆସିଥିବା ବୃଦ୍ଧ ବାପାର କଥାକୁ କୌଣସି ପ୍ରକାର ଗୁରୁତ୍ୱ ନଦେଇ ତାଙ୍କୁ ପୁଣି ଆସ୍କା ଥାନାକୁ ଯିବା ପାଇଁ କହିଥିଲେ। ଯାହା ଆଦର୍ଶ ଥାନା ଅଧିକାରୀ କେତେ ଲୋକଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ। ଏଠି ପ୍ରଶ୍ନ ଉଠେ ଯେ ପାରାଦୀପ ବନ୍ଦରରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଛୁଟି ନେଇ ଘରେ ପହଞ୍ଚିବା ପରିବର୍ତ୍ତେ ଯଦି ନିଖୋଜ ହୁଏ ଏହାର ଉତ୍ତରଦାୟୀ କିଏ ରହିବେ। ଏହି ଚେନ୍ନାଇରାଧା ଇନିନିଅରିଂ କାର୍ଯ୍ୟକରୁଥିବା ଏମ୍ସିଏଚ୍ପି ସାଇଡ୍ର ଯେଉଁ ଅଧିକାରୀଙ୍କ ଅଧୀନରେ ମନୋଜ କାର୍ଯ୍ୟ କରୁଥିଲେ, ଏହି ଅଧିକାରୀ ରାମସେ ଦେ ଙ୍କୁ ଯେତେ ପଚାରିଲେ ତାଙ୍କ ପାଖରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରୁନାହିଁ।










