29.1 C
Bhubaneswar
Friday, February 6, 2026
Homeଓଡିଶାନିଖୋଜ ମା’-ପୁଅ ଘଞ୍ଚ ଜଙ୍ଗଲରୁ ଉଦ୍ଧାର

ନିଖୋଜ ମା’-ପୁଅ ଘଞ୍ଚ ଜଙ୍ଗଲରୁ ଉଦ୍ଧାର

ରାଜନଗର: ଭିତରକନିକା ନିଷିଦ୍ଧାଞ୍ଚଳରେ ମାଛ ଓ କଙ୍କଡା ଧରିବାକୁ ଯାଇ ୫ଦିନ ହେବ ମା’-ପୁଅ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ରାଜନଗର ବ୍ଲକ୍ ଗୁପ୍ତି ପଞ୍ଚାୟତ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ଦିଲ୍ଲ୍‌ୀପ ମିର୍ଦ୍ଧାଙ୍କ ସ୍ତ୍ରୀ ଅଞ୍ଜନା ମିର୍ଦ୍ଧା(୪୫) ଓ ପୁଅ ରତିନ୍ଦ୍ର ମିର୍ଦ୍ଧା(୨୨) ୫ଦିନ ହେବ ମାଛ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଥିବା ନେଇ ବନବିଭାଗ ସହ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା। ପରିବାର ଲୋକେ ରବିବାର ବନବିଭାଗକୁ ଏନେଇ ଜଣାଇବା ପରେ ବନବିଭାଗ ଖୋଜିଥିଲା। ରବିବାର ପରିବାର ଲୋକେ ଗୁପ୍ତି ଫରେଷ୍ଟର ବିଭୁତିଭୂଷଣ ତରାଇଙ୍କୁ ଜଣାଇଥିଲେ। ଫରେଷ୍ଟର ଶ୍ରୀ ତରାଇ ବନ ବିଭାଗର ତିନୋଟି ଦଳ ସହ ଗାଁ ଲୋକଙ୍କୁୁ ସାଙ୍ଗରେ ନେଇ ଖୋଜିବାକୁ ପଠାଇଥିଲେ। ରବିବାର ରାତି ପ୍ରାୟ୧୦ଟା ପର୍ଯ୍ୟନ୍ତ ସେମାନଙ୍କ ଖବର ନ ମିଳିବାରୁ ପରିବାର ପକ୍ଷରୁ ରାଜନଗର ଥାନାରେ ଅଭିଯୋଗ କରିଥିଲେ। ସୋମବାର ଦିନ ରାଜନଗର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦୁଇଜଣ ଫରେଷ୍ଟର ବିଭୂତି ଭୂଷଣ ତରାଇ ଓ ରଞ୍ଜନ କୁମାର ପାଣିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୧୦ଟି ଦଳ ଗଠନ କରାଯାଇଥିଲା। ଏହି ଦଳ ଭିତରକନିକାର ଜାତୀୟ ଉଦ୍ୟାନର ଆଭ୍ୟନ୍ତରୀଣ ଜଙ୍ଗଲରେ ତନ ତନ କରି ଖୋଜିଥିଲେ। ହାବୋଳ ଫରେଷ୍ଟ ବ୍ଲକ୍‌ର ମାଙ୍କୁଆ ନାଳ ନିକଟରେ ଫରେଷ୍ଟଗାର୍ଡ ଦେବେନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଯାଉଥିବା ଦଳଟି ବୋଟରୁ ଓହ୍ଲାଇ ଜଙ୍ଗଲ ଭିତରେ ସେମାନଙ୍କ ନାଁ ଧରି ଡାକି ଡାକି ଚାଲିଥିଲା ବେଳେ ସେମାନେ ଉତ୍ତର ଦେଇଥିଲେ। ସେମାନଙ୍କ ନିକଟକୁ ଯାଇ ଉଦ୍ଧାର କରି ସାଙ୍ଗରେ ଆଣିଥିଲେ। ସେମାନଙ୍କ କହିବା କଥା, ଝାଟି ଜଙ୍ଗଲ ମଧ୍ୟରେ ଫସି ଯାଇଥିଲେ।

ବାଟ ନପାଇ ରାତି ହେଲେ ଗଛରେ ଚଢି ବସୁଥିଲେ। ଦିନରେ ବାଟ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାଟ ପାଇନଥିଲେ। ସେମାନଙ୍କ ନିକଟରେ ଥିବା ଖାଦ୍ୟ ଓ ପାଣିକୁ ବ୍ୟବହାର କରିଥିଲେ ମଧ୍ୟ ଦୁଇଦିନ ପରେ ସରି ଯାଇଥିଲା। ଚାରିଦିନ ପରେ ଭୋକ ଉପାସରେ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିର୍ କରାଯିବ ବୋଲି ଫରେଷ୍ଟର ଶ୍ରୀ ପାଣି ସୂଚନା ଦେଇଛନ୍ତି । ପ୍ରକାଶ, ଗତ ୩ତାରିଖ ବୁଧବାର ଦିନ ଅଞ୍ଜନା ଓ ପୁଅ ରତିନ୍ଦ୍ରଙ୍କ ସହ ସେହି ଗ୍ରାମର ଅଞ୍ଜନାଙ୍କ ଭଉଣୀ ଅହଲ୍ୟା ମଣ୍ଡଳ ଓ ତାଙ୍କ ପୁଅ ରଞ୍ଜିତ ମଣ୍ଡଳ ମାଛ କଙ୍କଡା ଧରିବାକୁ ଭିତରକନିକା ଜାତୀୟ ଉଦ୍ୟାନର ହାବୋଳ ଫରେଷ୍ଟ ବ୍ଲକକୁ ୍‌ଯାଇଥିଲେ। ଅହଲ୍ୟା ଓ ତାଙ୍କ ପୁଅ ରଞ୍ଜିତ ତାଙ୍କୁ ଖୋଜାଖୋଜି କରିନ ପାଇବାରୁ ଫେରିଆସିଥିବା ବେଳେ ସେ ମା ପୁଅ ନିଖୋଜ ଥିଲେ। ବନବିଭାଗ ସେମାନଙ୍କୁ ଖୋଜିବା ପାଇଁ ୧୦ଟି ଦଳରେ ୩୦ଜଣ କର୍ମଚାରୀଙ୍କୁ ସାମିଲ କରିଥିଲା। ଏହାବ୍ୟତୀତ ବନିପାଳ, କେରୁଆଁପାଳ, କୋଠିଘାଟ, ପ୍ରଭାତୀ, ପଟ୍ଟାପାରିଆ ପ୍ରଭୃତି ମତ୍ସ୍ୟଜିବୀଙ୍କ ସହିତ ଗୁପ୍ତି ପଞ୍ଚାୟତ ରାଜରାଜେଶ୍ୱରପୁର, ଦେବେନ୍ଦ୍ରନାରାୟଣପୁର, ଓକିଲପାଳ, ଚାରିଘରିଆ ପ୍ରଭୃତି ଗ୍ରାମର ମହିଳାଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking