24.1 C
Bhubaneswar
Saturday, February 21, 2026
Homeଦେଶ ବିଦେଶନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ

ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ

ସୁନ୍ଦରଗଡ଼: ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ। କିଡନାପ କରି ନେଇ ନାବାଳିକାକୁ ଦୁଷ୍କର୍ମ କରୁଥିଲା ନର ରୂପୀ ରାକ୍ଷସ। ସେପଟେ ଝିଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। ଆଉ ୧୪ ଦିନ ପରେ ରାକ୍ଷସ କବଳରୁ ମୁକ୍ତି ପାଇଲା ଝିଅ।ଏପରି ଏକ ଲଜ୍ଜା ଜନକ ଘଟଣା କୌଣସି ବାହାର ରାଜ୍ୟର ନୁହେଁ ବରଂ ଓଡ଼ିଶାର। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳର ଚାଞ୍ଚଲ୍ୟକର ଘଟଣା।୧୪ ଦିନ ହେବ ହଠାତ୍ ଘରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲା ନାବାଳିକା ଝିଅ। ଅନେକ ଖୋଜାଖୋଜି ପରେ ମଧ୍ୟ ଝିଅର ପତ୍ତା ମିଳିନଥିଲା। ତେଣୁ ପୋଲିସରେ ଅଭିଯୋଗ କରିଥିଲେ ପରିବାର ଲୋକ। ଏହାରି ଭିତରେ ଘଟଣାକୁ ୧୪ ଦିନ ବିତିଯାଇଛି। ଆଉ ଆଜି ନାବାଳିକା ଝିଅଟି ଉଦ୍ଧାର ହୋଇଛି। ଉଦ୍ଧାର ପରେ ସବୁ ସତ କହିଛି ଝିଅଟି। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାର ବୟାନ ରେକର୍ଡ ହେବା ସମୟରେ ସତ ସାମ୍ନାକୁ ଆସିଛି।ନାବାଳିକାର କହିବା କଥା ଅଭିଯୁକ୍ତ ତାକୁ ନେଇ ଏକ ଭଡ଼ା ଘରେ ରଖିଥିଲା। ଆଉ ପ୍ରତ୍ୟେକ ଦିନ ତାକୁ ରେପ୍ କରୁଥିଲା। ଏବେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking