27.1 C
Bhubaneswar
Thursday, May 8, 2025
Homeଓଡିଶାନିଖୋଜ ନାବାଳକର ମୃତଦେହ ପାଇଖାନା ଟାଙ୍କିରୁ ଉଦ୍ଧାର

ନିଖୋଜ ନାବାଳକର ମୃତଦେହ ପାଇଖାନା ଟାଙ୍କିରୁ ଉଦ୍ଧାର

ପୁରୀ: ଡେଲାଙ୍ଗର ନାବାଳକ  ଆଶୀର୍ବାଦ ସାହୁର ହତ୍ୟାକୁ ନେଇ ଉତ୍ୟକ୍ତ  ହେଲେ ଗ୍ରାମବାସୀ । ନିଖୋଜ ହେବାର ୭ ଦିନ ପରେ   ନାବାଳକର ମୃତଦେହ  ଡେଲାଙ୍ଗ ଥାନା ରତନପୁର ଗାଁର   ଜଣେ ବ୍ୟକ୍ତିଙ୍କ ଘର ପାଖ ପାଇଖାନା ଟାଙ୍କିରୁ  ମିଳିଛି । ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଉ ଏପଟେ ଗ୍ରାମବାସୀ ରାଗିଯାଇ ବାପି ସାହୁର ଘର ଭାଙ୍ଗିଛନ୍ତି । ହତ୍ୟା କରିଥିବା ଅଭିଯୁକ୍ତ ଜଣଙ୍କ ଆଶୀର୍ବାଦଙ୍କ ଦାଦା । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି । ହତ୍ୟାକାରୀକୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କଲେ ଗ୍ରାମବାସୀ ।   ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ପରଠୁ ସନ୍ଧାନୀ କୁକୁର ଛାନଭିନ୍ ଚଳାଇଥିଲା । ଦୁଇ-ତିନିଥର ସନ୍ଧାନୀ କୁକୁର ବାପି ସାହୁଙ୍କ ଘରକୁ ଯାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking