19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଗୁଳି ଚାଳନା କରି ଶିକ୍ଷକଙ୍କ ଠାରୁ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଗୁଳି ଚାଳନା କରି ଶିକ୍ଷକଙ୍କ ଠାରୁ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ପୂର୍ଣ୍ଣିଆର ଜାନକିନଗର ଥାନା ଅଞ୍ଚଳର ଚାନ୍ଦପୁର ଭାଙ୍ଗାହାରେ ଗୁରୁବାର ସକାଳେ ଏକ ହୃଦୟ ବିଦାରକ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍କୁଲକୁ ଯାଉଥିବା ଜଣେ ଶିକ୍ଷକଙ୍କୁ ଡକାୟତମାନେ ଟାର୍ଗେଟ କରିଥିଲେ । ଡକାୟତି ସମୟରେ ନିର୍ମମ ଭାବେ ଗୁଳି ଚାଳନା କରିଥିଲେ। ଆହତ ଶିକ୍ଷକଙ୍କୁ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ମୁରଲିଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଗୁରୁତର ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରେଫର କରିଥିଲେ।  ଡାକ୍ତରଙ୍କ କହିବା ଅନୁଯାୟୀ, ଶିକ୍ଷକଙ୍କ କଟିରେ ଦୁଇଟି ଗୁଳି ବାଜିଥିଲା, ଯାହା ଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ଏହି କାରଣରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଜୁନାଏଡ ଆଲାମ ଜାନକିନଗରର ଚେନପୁରା ମିଡିଲ ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି।  ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜାନକୀନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking