ଯାଜପୁର : ଯାଜପୁର ଜିଲ୍ଲାରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ବୃଦ୍ଧି ପାଉଛି l କାହ୍ଣୁଁ ଚରଣ ମହା ବିଦ୍ୟାଳୟ ରେ ଜଣେ ଛାତ୍ରୀକୁ ବନ୍ଧୁକ ଦେଖାଇ ଅପହରଣ କରିବା କୁ ଉଦ୍ୟମ କରୁ ଥିବା ସମୟ ରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକକୁ ଗିରଫ କରିଥିଲେ ଏଵେ ଯାଜପୁର ଜିଲ୍ଲାର ସୁକିନ୍ଦା ଗଡ଼ରେ ଥିବା ଖଣ୍ଡୁରାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କିଛି ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହେଉଛି l ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି। ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ ଗତ ମଙ୍ଗଳବାର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଛାତ୍ରୀ ବିଦ୍ୟାଳୟରୁ ଫେରି ଅଭି ଭାବକଙ୍କ ନିକଟରେ ସବୁ କଥା ଜଣାଇଥିଲେ। ଘଟଣାକୁ ନେଇ ବୁଧବାର ବିଦ୍ୟାଳୟରେ ଉତେଜନା ସୃଷ୍ଟି ହୋଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ରୀ ଶ୍ରେଣୀ ଛାଡ଼ି ହୋ ହାଲା କରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅନେକ ଅଭିବାବକ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହ ବ୍ଲକ ଶିକ୍ଷାଧିକାରୀ ଓ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବା ସହ ସଂପୃକ୍ତ ଶିକ୍ଷକଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଉତେଜନା ଲାଗି ରହିଥିଲା । କିଛି ସମୟ ପରେ ଅତିରିକ୍ତ ବ୍ଳକ ଶିକ୍ଷାଧୀକାରୀ ଗୋବର୍ଧନ ପ୍ରଧାନ, ପ୍ରେମାଞ୍ଚଳୀ ନାୟକ,ସୁକିନ୍ଦା ଥାନା ଆଧିକାରୀ ବିଲ୍ଵମଙ୍ଗଳ ସେଠୀ, ପରିଚାଳନା କମିଟି ସଭାପତି,ସମ୍ପାଦଳ ଓ ସ୍ଥାନୀୟ ବୁଦ୍ଧିଜିବୀଙ୍କୁ ନେଇ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଘଟଣା ସମ୍ପର୍କରେ ଆଲୋଚନା ପରେ ବ୍ଲକ ଶିକ୍ଷାଧିକାରୀଙ୍କ ପରାମର୍ଶରେ ଘଟଣାର ସବିଶେଷ ତଥ୍ୟ ଜାଣିବା ପାଇଁ ବିଦ୍ୟାଳୟ ପରିଚାଳନା କମଟିର ଆଭ୍ୟନ୍ତରିଣ ଅଭିଯୋଗ କମିଟି ଓ ବ୍ଲକ ଶିକ୍ଷା ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତାକାଲି ଉଭୟ କମିଟି ବିଦ୍ୟାଳୟର ଛାତ୍ରୀ, ଅଭିଭାବକ ଓ ଅନ୍ୟ ଶିକ୍ଷକ ଶିକ୍ଷତ୍ରୀମାନଙ୍କୁ ଭେଟି ସେମାନଙ୍କ ରିପୋର୍ଟ ଦେବା ପରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପରାମର୍ଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ନାରାୟଣ ଦାସ ସୂଚନା ଦେଇଛନ୍ତି । ଅଭିଯୋଗ ହୋଇଥିବା ଶିକ୍ଷକମାନଙ୍କୁ କ୍ଳାସ ନ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।










