17.1 C
Bhubaneswar
Wednesday, February 4, 2026
Homeଓଡିଶାଛାତ୍ରୀଙ୍କୁ ଅସଦାଚରଣ: ତାତିଲେ ଗ୍ରାମବାସୀ

ଛାତ୍ରୀଙ୍କୁ ଅସଦାଚରଣ: ତାତିଲେ ଗ୍ରାମବାସୀ

ନବରଙ୍ଗପୁର: ବିଦ୍ୟାଳୟରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏପରି କଳଙ୍କିତ ଘଟଣା ନବରଙ୍ଗପୁର ସଦର ବ୍ଲକ୍‌ ଅଞ୍ଚରେ ଘଟିଛି। ଏହାକୁ ନେଇ ଆଜି ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ପ୍ରଧାନଶିକ୍ଷକଙ୍କ ଘେରିଥିବା ଜଣାପନିଛି। ନବରଙ୍ଗପୁର ସଦର ବ୍ଲକ ସିନ୍ଧିଗାଁ ପଞ୍ଚାୟତ କୁମଝର ଗାଁରେ ରହିଛି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ। ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ବାବାଜୀ ଦାଶଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଅନୁସାରେ ସେ କୁଆଡେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶୌଚାଳୟକୁ ଡାକି ଅସଦାଚରଣ କରୁଥିଲେ। ଏନେଇ ଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କୁ ଜଣାଇଥିଲେ। ଏହି ଘଟଣାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking