26.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶଦିଲ୍ଲୀରେ ଆପ୍‌ ସହ ମେଣ୍ଟ ନିଷ୍ପତ୍ତି ଭୁଲ୍‌ ଥିଲା: କଂଗ୍ରେସ

ଦିଲ୍ଲୀରେ ଆପ୍‌ ସହ ମେଣ୍ଟ ନିଷ୍ପତ୍ତି ଭୁଲ୍‌ ଥିଲା: କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି (ଆପ୍‌) ଓ କଂଗ୍ରେସ ମଧ୍ୟରେ ଯେଉଁ ସୌହାର୍ଦ୍ଦ୍ୟ ଥିଲା ତାହା ଏବେ ଶତ୍ରୁତାରେ ପରିଣତ ହୋଇଛି। କାରଣ ଲୋକସଭା ନିର୍ବାଚନରେ ଆପ୍ ସହ ଯେଉଁ ମେଣ୍ଟ ହୋଇଥିଲା ତାହା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି। ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏବେ ଦୁଇ ଦଳ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଛି। ଏହା ପୂର୍ବରୁ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ସ୍ପଷ୍ଟ କରିସାରିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ କଂଗ୍ରେସ ସହିତ ମେଣ୍ଟ କରିବ ନାହିଁ। ଏବେ କଂଗ୍ରେସ ଖୋଲାଖୋଲି ଭାବେ କେଜରିୱାଲଙ୍କୁ ସମାଲୋଚନା କରିଛି। କଂଗ୍ରେସ ‘ମୌକା ମୌକା, ହର ବାର୍‌ ଧୋକା’ ନାମରେ ଜାରି କରିଥିବା ଶ୍ବେତପତ୍ରରେ କେଜରିୱାଲଙ୍କୁ ଜଣେ ଧୋକାବାଜ୍ ବୋଲି ଦର୍ଶାଇଛି। ଜନଲୋକପାଳ ଆନ୍ଦୋଳନକୁ ଆଧାର କରି ଆପ୍ ଦିଲ୍ଲୀରେ କ୍ଷମତାକୁ ଆସିଥିଲା। ମାତ୍ର ଦିଲ୍ଲୀ ସରକାର ଦୁର୍ନୀତି ନିରୋଧ ପାଇଁ ଲୋକପାଳ ଗଠନରେ ବିଫଳ ହୋଇଛନ୍ତି। ଅଜୟ ମାକେନ କହିଛନ୍ତି ଯେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଯଦି ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଏ ତେବେ ଏହି ଶବ୍ଦ ହେଉଛି ‘ଫର୍ଜିୱାଲା’। କେଜରିୱାଲଙ୍କୁ ମାକେନ ପ୍ରଶ୍ନ କରିଛନ୍ତି ଯେ ଦିଲ୍ଲୀରେ ଲୋକପାଳ ଗଠନରେ ଯଦି ଉପରାଜ୍ୟପାଳ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ତେବେ ପଞ୍ଜାବରେ ଆପ୍ ସରକାର ପାଇଁ ଏଥିରେ କିଏ ପ୍ରତିବନ୍ଧକ ସୃଷ୍ଟି କରୁଛି। ଜନଲୋକପାଳ ନାମରେ ୧୦ବର୍ଷ ହେଲା ଆପ୍ ସରକାର କ୍ଷମତାକୁ ଆସିଛି। ମାତ୍ର ଦଳ ଏବେ ଏହାକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଗଲାଣି। ମାକେନ କହିଛନ୍ତି ଦିଲ୍ଲୀବାସୀଙ୍କ ଦୁର୍ଦଶା ଓ କଂଗ୍ରେସ ଦଳ ଦିଲ୍ଲୀରେ ଦୁର୍ବଳ ହେବାର କାରଣ ହେଉଛି ଆପ୍‌କୁ ଆମର ସମର୍ଥନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking