21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନାବାଳିକା ଆଦିବାସୀ ଝିଅକୁ ବଳାତ୍କାର

ନାବାଳିକା ଆଦିବାସୀ ଝିଅକୁ ବଳାତ୍କାର

ଝାଡ଼ଖଣ୍ଡ: ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର। ଏଭଳି ଏକ ବର୍ବରତାର ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା ଅନ୍ତର୍ଗତ ସୁନ୍ଦରପାହାରି ଥାନା ଅଞ୍ଚଳରେ। ରାତିରେ ଶୌଚ କରିବା ପାଇଁ ବାହାରକୁ ଯିବା ସମୟରେ ଏହି ଘଟଣା ଘଟିଥିଲା। ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଜଣେ ଆଦିବାସୀ ନାବାଳିକା ଶୌଚ କରିବା ପାଇଁ ବାହାରକୁ ଯିବା ସମୟରେ ପ୍ରାୟ ୧୦ ଜଣ ଯୁବକ ତାଙ୍କୁ ଦେଖିଥିଲେ। ତା ପରେ, ନିଜର କାମନାକୁ କାବୁରେ ନରଖିପାରି ନୃଶଂସକମାନେ ନାବାଳିକାକୁ ଟେକି ନେଇ କଣ୍ଟାବାନ୍ଧି ଗାଁର ଏକ ନିର୍ଜନ ସ୍ଥାନରେ ତାଙ୍କ ସହିତ ବଳାତ୍କାର କରିଥିଲେ।

ପରେ ଯେତେବେଳେ ଗାଁ ଲୋକେ ଏହି ଖବର ପାଇଲେ ଗାଁରେ ଉତ୍ତେଜନା ସୃଷ୍ଟି ହେବା ସହ ଏହି ମାମଲାକୁ ନେଇ ଏକ ପଞ୍ଚାୟତ ମଧ୍ୟ ବସିଥିଲା। ମାମଲାକୁ ଚପେଇ ଦେବା ପାଇଁ ବହୁ ଚେଷ୍ଟା ବି କରାଗଲା। ପରିବାର ଲୋକେ ଯେତେବେଳେ ନ୍ୟାୟ ପାଇବାରେ ନିରାଶ ହେଲେ ସେତେବେଳେ ସେ ସୁନ୍ଦରପାହାରି ଥାନାରେ ଯାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ସୁନ୍ଦରପାହାରି ପୋଲିସ ଷ୍ଟେସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗଣଦୁଷ୍କର୍ମରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପିଡିତା ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ, ସମସ୍ତ ୮ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ସମେତ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ସହିତ, ପୋଲିସ ବାକି ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking