18.1 C
Bhubaneswar
Thursday, February 12, 2026
Homeଅପରାଧନାବାଳିକା ବଳାତ୍କାର ମାମଲା; ୬୧ ବର୍ଷୀୟ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

ନାବାଳିକା ବଳାତ୍କାର ମାମଲା; ୬୧ ବର୍ଷୀୟ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

କନ୍ଧମାଳ: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହିତ ଦୋଷୀକୁ ୧୫,୦୦୦ ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଆଉ ଅଧିକ ୩ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ଅଞ୍ଚଳର ଧନୁ ନାୟକ (୬୧)। ସୁଚନା ଅନୁସାରେ, ଗତ ୨୦୨୧ ମସିହା ମାର୍ଚ୍ଚ ୮ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜନୈକା ୯ ବର୍ଷୀୟା ନାବାଳିକାଙ୍କ ବାପା ମା ଇଟା କାମ କରିବାକୁ ବାହାରକୁ ଯାଇଥିଲେ । ପୀଡିତା ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଘର ଭିତରକୁ ଟେକି ନେଇ ବଳାତ୍କାର କରିଥିଲା।

ଏହି ସମୟରେ ମାଆ କାମରୁ ଫେରି କବାଟ ବାଡେଇବା ପରେ କେହି ନ ଶୁଣିବାରୁ ଧକ୍କା ଦେଇ ଭିତରେ ପଶିଥିଲେ। ସେଠାରେ ସେ ଅଭିଯୁକ୍ତକୁ ଅସଞ୍ଜତ ଅବସ୍ଥାରେ ଦେଖିବା ସହ ପିଡିତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ଅଭିଯୁକ୍ତ ପୀଡିତାଙ୍କ ମାଆଙ୍କୁ ଠେଲିଦେଇ ଗାଲରେ ଚାପୁଡ଼ା ମାରି ପଳାଇ ଯାଇଥିଲା। ଅଭିଯୁକ୍ତର ପୁଅ ଏକଥା କାହାକୁ କହିଲେ କିମ୍ବା ଥାନାରେ ଲିଖିତ ଅଭିଯୋଗ କଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା। ପରେ ନାବାଳିକାଙ୍କ ମା ରାଇକିଆ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ୩୦/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଆଜି ଏହି ମାମଲାର ଶୁଣାଣି କରି ୧୫ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାରପତି କୈଳାସ ଚନ୍ଦ୍ର ସ୍ୱାଇଁ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ପିଡିତାଙ୍କୁ ପାଞ୍ଚ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକସୋ କୋର୍ଟର ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking