ପୁରୀ: ପୁରୀରେ ନାବାଳକକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲାରେ ଘଟିଛି । ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକେ ଜାଣିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି । କେହି ମାରି ଫିଙ୍ଗିଦେଇଥିବା ଅନୁମାନ କରିଛନ୍ତି ପରିବାର ଲୋକେ । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର, ମଙ୍ଗଳବାରଠୁ ନିଖୋଜ ଥିଲେ । ପୁଅ ନିଖୋଜ ନେଇ ଟାଉନ ଥାନାରେ ହୋଇଥିଲା ଅଭିଯୋଗ । ତେବେ ନିଖୋଜ ନାବାଳକ ପୁଅକୁ କିଏ ଓ କାହିଁକି ମାରିଲା ଏନେଇ ପୋଲିସ ତଦନ୍ତ କରୁଛି । ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।










