ଭୁବନେଶ୍ୱର: ବିଧାନସଭାରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣ ରଖି କହିଛନ୍ତି, ଓଡିଶାରେ ବାର୍ଷିକ ପ୍ରାୟ ୪୫ ନିୟୁତ ଟନର ୫୫ ଇସ୍ପାତ କାରଖାନା ଅଛି । ଯାହାକି ଦେଶର ୨୩ ପ୍ରତିଶତ ରହିଛି । ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ ଇସ୍ପାତ ଯୋଗାଇବାକୁ ଓଡିଶା ପ୍ରସ୍ତୁତ ଅଛି । ଦେଶରେ ଇସ୍ପାତ ଏବଂ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ଓଡିଶା ପ୍ରଥମ । ଲଘୁ ଖଣିଜରେ ସଂସ୍କାର ଆଣୁଛନ୍ତି ସରକାର । ୨୦୨୨- ୨୩ରେ ୧୧୯୫ କୋଟି ଆୟ ହୋଇଛି । ୨୦୨୪-୨୫ ରେ ୧୭୭୬ କୋଟି ଆୟ ହୋଇଛି । ଯାହାକି ବାର୍ଷିକ ୧୯%, ୨ ବର୍ଷରେ ୪୮%ରୁ ଅଧିକ ଅଭିବୃଦ୍ଧି ଦର୍ଶାଉଛି । ମେକଇନ ଓଡିଶାରେ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ୨ ଲକ୍ଷ କୋଟିର ନିବେଶ ସହ ୧ ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହୋଇଛି । ୪ ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହେବ ।୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ସରକାର । ୯ଟି ସରକାରୀ ଉଦ୍ୟୋଗ୮,୩୮୫ କୋଟି ଟଙ୍କାର ଲାଭ କରିଛନ୍ତି ।










