ନୂଆଦିଲ୍ଲୀ: ଘର ଭିତରୁ ନାବାଳିକାର ମୃତଦେହ ଉଦ୍ଧାର । ବିହାରର ନୱାଡା ଜିଲ୍ଲାର କାଦିରଗଞ୍ଜ ଥାନା ଅଞ୍ଚଳର ଅତାଉଆ ଗାଁରେ ହୃଦୟ ବିଦାରକ ଘଟଣା ଘଟିଛି । ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି । ପୋଲିସ ଘଟମାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ , ଝିଅଟି କୋଚିଂ ଯାଇଥିଲା । ଘରକୁ ଆଉ ଫେରିନଥିଲା । ରୋଶନ ନାମକ ଜଣେ ଯୁବକ ତାଙ୍କୁ ନେଇଯାଇଥିଲେ । ସେଠାରୁ ତାଙ୍କ ବାପା ଯାଇ ଝିଅକୁ ଆଣିଥିଲେ । ଝିଅକୁ ପରିବାର ଲୋକେ ପଚରା ଉଚରା କରିଥିଲେ । ରାତ୍ରୀରେ ସମସ୍ତେ ଖାଇବା ବେଳେ ଝିଅ ଆତ୍ମହତ୍ୟା କରିଥିବା ନେଇ ଖବର ପାଇଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲା । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।ତେବେ ଝିଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗିପଡିଛନ୍ତି । ପ୍ରେମ ପାଇଁ ଆତ୍ମହତ୍ୟା ବୋଲି ଅସ୍ୱୀକାର କରିଛନ୍ତି ପରିବାର ଲୋକେ ।










