ବାଲେଶ୍ୱର: ବାଲେଶ୍ୱରରୁ ଘରୁ ବସ୍ତା ଭିତରୁ ନାବାଳିକାର ମୃତଦେହ ଉଦ୍ଧାର । ଶିଳ୍ପାଞ୍ଚଳ ଥାନା ସମ୍ବଲପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ନାବାଳିକାଙ୍କ ଘର ବାହାନଗା ଅଞ୍ଚଳରେ ବୋଲି ଜଣାପଡିଛି । ସେ ଅଳିଆ ଆବର୍ଜନା ଗୋଟାଇ ପେଟ ପୋଷୁଥିଲେ । ସେହି ଘରେ ସେ ଅନ୍ୟ ଦୁଇ ଝିଅଙ୍କ ସହ ରହୁଥିଲେ । କିନ୍ତୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସନ୍ଦେହରେ ସାଥିରେ ରହୁଥିବା ଅନ୍ୟ ଦୁଇ ଝିଅକୁ ପୋଲିସ ପଚରାଉଚରା କରୁଛି ।










