21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଘରକୁ ଫେରିବା ବାଟରେ ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ଘରକୁ ଫେରିବା ବାଟରେ ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବରେଲିରେ  କୋଚିଂ ସାରି ଘରକୁ ଫେରିବା ବାଟରେ ଜଣେ ଝିଅକୁ ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି ।  ପୋଲିସ ଅଭିଯୁକ୍ତକୁ ଏନକାଉଣ୍ଟର କରି ଗିରଫ କରିଛି ।  ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । କିଛି ଦିନ  ତଳେ  ନାବାଳିକାଟି  କୋଚିଂ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲା । ସେତେବେଳେ ଅଭିଯୁକ୍ତ  କେହି ନଥିବା ଦେଖି ବାଇକରେ ଆସି ଦୁଷ୍କର୍ମ କରିଥିଲା । କେବଳେ ଏତିକିରେ ସରିନଥିଲା । ତାପରେ ନାବାଳିକାକୁ ଅଶ୍ଳୀଳ ଭାଷା କହି ସେଠାରୁ  ଚାଲିଯାଇଥିଲା । ଘଟଣାଟି ଇଜ୍ଜତନଗର ଥାନା ଅଞ୍ଚଳର  ଗାନ୍ଧୀନଗର ଫେଜ -୨ରେ ଘଟିଛି ।   ପୋଲିସ ସୂଚନା ପାଇବା ମାତ୍ରେ  ସିସିଟିଭିରୁ ପ୍ରମାଣ ଯାଞ୍ଚ କରିଛି ।  ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଧରିବା ପାଇଁ  ତିନୋଟି ମିଳିତ ଦଳ ଗଠନ କରିଥିଲେ ।  ପୋଲିସ  ଅଭିଯୁକ୍ତର ପରିଚୟ  ପାଇ ସେହି ଜାଗାରେ  ପହଞ୍ଚିଥିଲା ।   ଅଭିଯୁକ୍ତ ଜଣକ ମୁସବ୍ୱୀର । ମଠ କମଲ ନୟନପୁରର ବାସିନ୍ଦା  । କ୍ଷୀର ବିକ୍ରି କରେ ।   ପୋଲିସକୁ ଦେଖିବା ମାତ୍ରେ ଅଭିଯୁକ୍ତ ଜଣଙ୍କ ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଅଭିଯୁକ୍ତ ଉପରକୁ ଗୁଳି ଚଳାଇଥିଲା । ତାପରେ ଗିରଫ କରାଯାଇ ଆହତ ଅଭିଯୁକ୍ତକୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking