ଯାଜପୁର: କେନ୍ଦୁଝର ଜିଲ୍ଲା ରେ ନାବାଳିକା କୁ ଦୁଷ୍କର୍ମ ଯାଜପୁର ଜିଲ୍ଲାରେ ଅଭିଯୋଗ। ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ହେବାର ସାତ ଦିନ ପରେ ନାବାଳିକାର ବାପା ସାହସ ଜୁଟାଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି। ଘଟଣାଟି କେଉଁଝର ଜ଼ିଲ୍ଲା ଘସିପୁରା ଥାନା ଜଳସୁଆ ଗ୍ରାମର ପାଞ୍ଚ ବର୍ଷର ନାବାଳିକା ଜାଗର ଦିନ ଶିବ ମନ୍ଦିର ସମୁଖରେ ଖେଳୁ ଥିବା ସମୟରେ ସେହି ଗ୍ରାମର ସନ୍ତୋଷ ଜେନା ନାମକ ବ୍ୟକ୍ତି କୁଶେଇ ନଦୀପଠାକୁ ଡାକି ନେଇ ଦୁଷ୍କର୍ମ କରିଥିଲା ନାବାଳିକାର ଗୋଷୀମା ଖୋଜି ଖୋଜି ଆସି ବନ୍ଧରେ ନାବାଳିକା ପଡିଥିବାର ଦେଖି ଘରକୁ ନେଇ ସମସ୍ତ କଥା ନାବାଳିକା ଠାରୁ ପରିବାର ବର୍ଗ ଶୁଣିଥିଲେ | କାହା ଆଗରେ ପ୍ରକାଶ ନ କରିବା ଓ ଆଇନର ଆଶ୍ରୟ ନ ନେବାକୁ ଦୁଷ୍କର୍ମକାରୀ ପୀଡିତା ପରିବାରକୁ ଧମକ ଦେବା ଶହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା | ଯାଜପୁରମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତୀ କରାଯାଇଥିଲା | ଡାକ୍ତରମାନେ ନାବାଳିକାକୁ ଚାରିଦିନ ଚିକିତ୍ସା କରିବା ପରେ ନାବାଳିକାର ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇଛି |ପୀଡିତା ନାବାଳିକାର ସ୍ୱାସ୍ଥ୍ୟ ଉନ୍ନତି ହେବା ପରେ ପୀଡିତା ବାପା ବୁଧବାର ଦିନ ଦୁଷ୍କର୍ମ ଘଟଣାକୁ ନେଇ ଯାଜପୁର ଥାନା ଲିଖିତ ଅଭିଯୋଗ କରିଛି | ଦୁଷ୍କର୍ମକାରୀକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ପୀଡିତାର ବାପା ପ୍ରକାଶ କରିଛି |ଏହି ଘଟଣାରେ ଯୁବ ଭାରତ କୃଷକ ସଙ୍ଘ ପୀଡିତାକୁ ନ୍ୟାୟ ଦେବା ପାଇଁ ସଭାପତି ଆଗେଇ ଆସିଛନ୍ତି |










