ଜଗତସିଂହପୁର: ଜଗତସିଂହପୁରରେ ପୁଣି ଏକ ଲଜ୍ଜା ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଜଗତସିଂହପୁର ସହର ଉପକଣ୍ଠରେ ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତ ଫେରାର ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ପୀଡିତା ୧୩ ବର୍ଷୀୟା ନାବାଳିକାଙ୍କ ଘର ଠାରୁ ଅଳ୍ପଦୂରରେ ଅଭିଯୁକ୍ତର ଘର । ନାବାଳିକାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ତା ଘରକୁ ଡାକି ନେଇଥିଲା । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହା ପରେ ନାବାଳିକାଙ୍କୁ ଧମକଚମକ ଦେଇ ଅଭିଯୁକ୍ତକ ଫେରାର ହୋଇ ଯାଇଥିଲେ । ପୀଡିତା ନାବାଳିକା କାନ୍ଦି କାନ୍ଦି ଘରକୁ ଫେରିବା ସହ ପରିବାର ଲୋକଙ୍କ ଆଗରେ ଘଟଣା ବିଷୟରେ କହିଥିଲେ । ଏହା ପରେ ପରିବାର ଲୋକ ଜଗତସିଂହପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ମାମଲା ରୁଜୁ କରିବା ସହ ପୀଡିତାଙ୍କର ଡାକ୍ତରୀମାଇନା କରାଇଛି । ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ପୁଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।










