ବାଲିଗୁଡା: ବାଲିଗୁଡାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର । କାର୍ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଦାରିଙ୍ଗିବାଡି ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଜଣେ ଯୁବକଙ୍କ ନାଁରେ ହୋଇଛି ଅଭିଯୋଗ । ନାବାଳିକା ଜଣକ ୫ ତାରିଖ ଗଣେଶ ପୂଜା ଭସାଣି ଦେଖିବାକୁ ଭଉଣୀ ଘରକୁ ଆସିଥିଲେ । ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ କାର୍ରେ ଟେକି ନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣା ପରେ ସ୍ଥାନ ଛାଡି ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ନେଇ ସୂଚନା ମିଳିଛି । ହୋଇଥିବା ଅଭିଯୋଗକୁ ଦାରିଙ୍ଗବାଡ଼ି ପୋଲିସ ଗୁରୁତର ସହ ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।










