ନୂଆଦିଲ୍ଲୀ : ହରିୟାଣାର ଫରିଦାବାଦରେ ନାବାଳିକାକୁ ବଳାତ୍କାର କରାଯାଇଥିବା ମାମଲା ସାମା୍ନକୁ ଆସୁଛି । ୧୬ ବର୍ଷର ଝିଅକୁ ପଡୋଶୀମାନେ ବହୁତ ଥର ବଳାତ୍କାର କରିଥିଲେ । ଫଳରେ ପୀଡିତା ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ଏହି ମାମଲାରେ ପୋଲିସକୁ ଅଭିଯୋଗ କରିବା ପରେ ତିନି ଜଣ ଅଭିଯୁକ୍ତକୁ ପୋଲିସ ଗିରଫ ପୋକ୍ସୋ ଆଧାରରେ ମାମଲା ରୁଜୁ କରାଯାଇଛି । ପୋଲିସର ସୂଚନା ଅନୁସାରେ ଝିଅର ବାପା ପୀଡିତାଙ୍କ ସାନ ଭାଇଙ୍କୁ ଖୋଜିବାକୁ ଯାଇଥିବା ବେଳେ ପଡୋଶୀମାନେ ଝିଅକୁ ଦୁଷ୍କର୍ମ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଏକଥା ଯଦି କାହାକୁ କହୁ ତେବେ ହତ୍ୟା କରିଦେବେ ବୋଲି ଧମକ ଦେଇଛନ୍ତି । ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଉଛି ।