ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ ବ୍ଲାକମେଲିଂ ସହ ମୁହଁ ଖୋଲିଲେ ହତ୍ୟା କରିବାକୁ ଦେଇଥିଲେ ଧମକ । କେବଳ ସେତିକି ନୁହେଁ । ଦୀର୍ଘଦିନ ଧରି ଅଭିଯୁକ୍ତର ୪ ସହେଯାଗୀ ଦେଉଥିଲେ ମାନସିକ ନିର୍ଯାତନା । ଏଭଳି ସଙ୍ଗୀନ ଅଭିଯୋଗ କମିଶନରେଟ ପୋଲିସକୁ ଆସିଛି । ନାବାଳିକା ଜଣଙ୍କ ଡିସିପି ନିକଟରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ଗତ ୮ ତାରିଖ ଜାନୁୟାରୀ ୨୦୨୪ରେ ନାବାଳିକା ଟ୍ୟୁସନ ସାରି ହରକୁ ଫେରୁଥିବା ବେଳେ ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ଅଭିଯୁକ୍ତ । ଗାଡି ଭିତରେ ଥିବା ତାର ସହଯୋଗୀ ଏହି ଅପହରଣରେ ସହଯୋଗ କରିଥିଲେ । କାରରେ ପୁରୀ ବାଇପାସ ରୋଡକୁ ନେଇ ନିଶା ଦେଇ ବଳପୂର୍ବକ ଦୁଷ୍କର୍ମ କରିଥିବା ଅବିଯୋଗ କରିଛନ୍ତି ନାବାଳିକା । ପରେ ଦୁଷ୍କର୍ମ କଥା ପ୍ରଘଟ କଲେ ଫଟୋ, ଭିଡିଓ ଭାଇରାଲ ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ନାବାଳିକା ।










