ନୂଆଦିଲ୍ଲୀ: ୬ ବର୍ଷର ଝିଅକୁ ଦୁଷ୍କର୍ମ । ଏଭଳି ଘଟଣା ଗୁଜୁରାଟର ରାଜଘୋଟରେ ଘଟିଛି । ଜଣେ ଶ୍ରମିକଙ୍କ ୬ ବର୍ଷର ଝିଅ କ୍ଷେତରେ ଖେଳୁଥିଲା । ଜଣେ ଅଜଣା ଲୋକ ଆସି ଛୁଆଟିକୁ ସେହି ସ୍ଥାନରୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା । ଝିଅଟି ଚିତ୍କାର କରିବାକୁ କ୍ରୋଧିତ ହୋଇ ଅଭିଯୁକ୍ତ ଲୁହା ରଡରେ ଆକ୍ରମଣ କରିଥିଲା । ଏଭଳି ଗୁରୁତର ଅବସ୍ଥାରେ ଝିଅଟିକୁ ଏକୁଟିଆ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କ୍ଷେତରୁ ପାଇଥିଲେ । ଝିଅଟିକୁ ତୁରନ୍ତ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପରିବାର ଲୋକେ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ।ଧାରରେ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଅଞ୍ଚଳରେ ଲୋକମାନେ ପଚରାଉଚରା କରୁଛି । ସିସିଟିଭି ଫୁଟେଜ ଯାଞ୍ଚ କରି, ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପୋଲିସ ଗିରଫ କରିଥିଲା ।










