27.1 C
Bhubaneswar
Saturday, December 6, 2025
Homeଅପରାଧରକ୍ଷକ ସାଜିଲା ଭକ୍ଷକ; ୧୭ ବର୍ଷୀୟ ନାବାଳିକା ସହ..

ରକ୍ଷକ ସାଜିଲା ଭକ୍ଷକ; ୧୭ ବର୍ଷୀୟ ନାବାଳିକା ସହ..

ବାଙ୍ଗାଲୁର: ବାଙ୍ଗାଲୁରରେ ଜଣେ ନାବାଳିକାକୁ ଯୌନ ଉତ୍ପୀଡନ କରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଳ ଗିରଫ । ବେଙ୍ଗାଲୁରୁ ପୋଲିସ ବେମ୍ମନହଲ୍ଲୀ ପୋଲିସ ଷ୍ଟେସନର କନଷ୍ଟେବଳ ଅରୁଣ ଥୋନେପାଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି । ପୋଲିସ କହିବା ମୁତାବକ, ଫେବୃଆରୀ ୧୩ରେ ୧୭ ବର୍ଷୀୟ ନାବାଳିକାକୁ ପଡୋଶୀ ଯୌନ ଉତ୍ପୀଡନ କରିଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । ଏହି ମାମଲାରେ କନଷ୍ଟେବଳ ଜଣକ ନ୍ୟାୟ ଦେବା ଆଳରେ ନାବାଳିକାଙ୍କ ପରିବାର ସହିତ ସଂପର୍କ କରିଥିଲେ। ଏହାପରେ ନାବାଳିକାକୁ ଏକ ଲଜକୁ ନେଇଥିଲେ କନଷ୍ଟେବଳ । ସେଠାରେ ନାବାଳିକାଙ୍କୁ ମଦ ପିଆଇବା ପରେ ଯୌନ ଉତ୍ପୀଡନ କରିଥିଲେ। ନାବାଳିକାଙ୍କୁ ଯୌନ ଉତ୍ପୀଡନ କରିବା ପରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । ନହେଲେ ଭିଡିଓ ଭାଇରଲ କରିଦେବେ ବୋଲି ଧମକ ଦେଇଥିଲେ । ଏହି ମାମଲାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀବୁଝିବା ପରେ କନଷ୍ଟେବଳଙ୍କୁ ଗିରଫ କରିବା ସହିତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଯାଞ୍ଚ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking