24.1 C
Bhubaneswar
Friday, February 6, 2026
Homeଓଡିଶାନାବାଳିକା ଦୁଷ୍କର୍ମ ମାମଲା : ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ସିବିଆଇ ତଦନ୍ତ
ଦାବି କଲା ବିଜେଡି

ନାବାଳିକା ଦୁଷ୍କର୍ମ ମାମଲା : ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ସିବିଆଇ ତଦନ୍ତ
ଦାବି କଲା ବିଜେଡି

ଭୁବନେଶ୍ୱର: ନକଲି ଡାକ୍ତର ତଥା ବିଜେପି ନେତା ଭବାନୀ ଶଙ୍କର ଦାସଙ୍କ ଦ୍ୱାରା ଏକ ନାବାଳିକାକୁ ଚାକିରିର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ମାମଲାରେ ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ।

ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦକ୍ଷିଣାଞ୍ଚଳ ଆଇଜିଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ କୁହାଯାଇଛି, ଭବାନୀ ଶଙ୍କର ଦାସ ବିଜେପିର ଜଣେ ବରିଷ୍ଠ ନେତା ଭାବେ ଭିନ୍ନ ଭିନ୍ନ ପଦବୀରେ କାର୍ଯ୍ୟ କରିଆସୁଛନ୍ତି । ଏହା ପୂର୍ବରୁ ସେ ବ୍ରହ୍ମପୁର ନଗର ବିଜେପି ସଭାପତି, ବିଶ୍ୱ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଏବଂ ବର୍ତ୍ତମାନ ଭାରତୀୟ ମଜଦୁର ସଭାର ସଭାପତି ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ଭିନ୍ନ ଭିନ୍ନ ଜାଗାରେ ଭବାନୀ ଶଙ୍କର ଦାସ କ୍ଲିନିକ ଚଳାଇ ଆସୁଛନ୍ତି । ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାଙ୍କୁ ନର୍ସିଂ ଚାକିରି ଦେବା ପ୍ରଲୋଭନ ଦେଖାଇ ତାଙ୍କ କ୍ଲିନିକରେ ରଖି ନିଶା ଔଷଧ ଦେଇ ଦୁଷ୍କର୍ମ କରିଥିଲେ । ନାବାଳିକାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ନକଲି ଡାକ୍ତର ଭବାନୀ ଶଙ୍କର ଦାସଙ୍କୁ ଗିରଫ କରାଯାଇଛି । ଯେହେତୁ ଶ୍ରୀ ଦାସଙ୍କ ଗଞ୍ଜାମ ଜିଲ୍ଲାର ୨ ମନ୍ତ୍ରୀ ଏବଂ ଶାସକ ଦଳର ଅନେକ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବାର ଫଟୋ ପ୍ରକାଶିତ ହୋଇଛି, ତେଣୁ ଏହି ମାମଲାର ସିବିଆଇ ତଦନ୍ତ ହେଲେ ଅନେକ ତଥ୍ୟ ପଦାକୁ ଆସିବ ।

ବିଜେଡି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ଶ୍ରୀ ସୁବାସ ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ଦୋରା, ଶ୍ରୀ ସୁବାସ ଚନ୍ଦ୍ର ମହାରଣା, ଶ୍ରୀମତୀ ରଞ୍ଜିତା ସାହୁ, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ଶ୍ରୀ ସଞ୍ଜିତ ପାଣିଗ୍ରାହୀ, ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଶ୍ରୀ ଜଗନ୍ନାଥ ସାବତ, ଶ୍ରୀ ଅଜୟ ମହାରଣା, ଶ୍ରୀମତୀ ସୁଲୋଚନା ଦେବୀ, ଶ୍ରୀମତୀ ସୁଜାତା ପାତ୍ର, ଶ୍ରୀ ମନୋଜ କୁମାର ମହାପାତ୍ର, ଶ୍ରୀ ମୁକୁନ୍ଦ ଗୌଡ଼, ଶ୍ରୀ ଟି. ତ୍ରିପତି ପାତ୍ର, ଶ୍ରୀ ଭୀସ୍ମାଚାର୍ଯ୍ୟ ଚୌଧୁରୀ, ଶ୍ରୀ ପ୍ରମୋଦ ମହାରଣା ଏବଂ ସମସ୍ତ କର୍ପୋରେଟର ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking