27.8 C
Bhubaneswar
Wednesday, March 26, 2025
Homeଓଡିଶାଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା !

ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା !

ବରଗଡ଼: ପୁଣି ବରଗଡ଼ର ଜଣେ ନାବାଳିକାଙ୍କ ହତ୍ୟା । ଘରୁ ମୋବାଇଲ ଟଙ୍କା ନେଇ ଫେରାର ହୋଇଯାଇଥିବା ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ନାବାଳିକା ଫେରାର ହୋଇଯିବା ନେଇ ଟାଉନ ଥାନାରେ ଗତ ୨୦ ତାରିଖରେ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଗତକାଲି ୨୩ ତାରିଖ ରବିବାର ଦିନ ନାବାଳିକାଙ୍କ ମୃତ ଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ନାବାଳିକା ଜଣକୁ କଟୁରୀରେ ହାଣି ହତ୍ୟା କରାଯାଇଛି । ବରଗଡ଼ ନଦୀପଠାରୁ ଯାଇଥିବା ନାବାଳିକାଙ୍କ ମୃତଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । କିଛି ଯୁବକକୁ ପୋଲିସ ଉଠାଇ ଆଣି ଥାନାରେ ପଚାର ଉଚରା ଜାରି ରଖିଛି । ଅନ୍ୟ ପଟେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ନେଇ ପୋଲିସ ପକ୍ଷରୁ ଅଧିକ ଛାନଭିନ୍ ଜାାରି ରହିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking