29.1 C
Bhubaneswar
Sunday, March 15, 2026
Homeଅପରାଧନାବାଳିକାଙ୍କୁ ୩ ଦିନ ବନ୍ଦ ଘରେ..

ନାବାଳିକାଙ୍କୁ ୩ ଦିନ ବନ୍ଦ ଘରେ..

ରାଞ୍ଚି: ଝାଡ଼ଖଣ୍ଡର ପାକୁଡ଼ ଜିଲ୍ଲାରୁ ଆସିଲା ଲଜ୍ଜାଜନକ ଖବର । ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ୩ଦିନ ଧରି ବନ୍ଦ ଘରେ ୬ ଜଣ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଛନ୍ତି । ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବାବେଳେ ବାକି ୩ ଜଣ ଫେରାର ରହିଛନ୍ତି । ପୁଲିସ ଅଭିୁଯୁକ୍ତଙ୍କୁ ଖୋଜୁଥିବାବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି ଉଠିଛି ।ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ଦୋକାନକୁ କିଛି ସାମଗ୍ରୀ କିଣିବାକୁ ଯାଉଥିଲେ ।

ତେବେ ଯିବା ବାଟରୁ ଏକ ଟ୍ରକରେ ୬ ଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ସେମାନେ ଏକ ବନ୍ଦ ଘରେ ନାବାଳିକାଙ୍କୁ ବନ୍ଧକ ରଖିଥିଲେ । ସେମାନେ ଜଣକ ପରେ ଜଣେ ନିଜର ଦେହର ଭୋକକୁ ମେଣ୍ଟାଇଥିଲେ । ୩ ଦିନ ଧରି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏମିତିରେ ମନ ବୁଝିଲାନି ଯେ ସେମାନେ ପ୍ରମାଣ ନଷ୍ଟ କରିବାକୁ ନାବାଳିକାଙ୍କୁ ହତ୍ୟା କରିବା ପରେ ଏକ କ୍ଷେତରେ ଫୋପାଡ଼ି ଦେଇଥିଲେ । ମୃତଦେହ ଉଦ୍ଧାର ହେବା ପରେ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାସହ ଟ୍ରକକୁ ମଧ୍ୟ ଜବତ କରାଯାଇଛି । ସେପଟେ ୩ ଜଣ ଏବେ ମଧ୍ୟ ଫେରାର ରହିଥିବାବେଳେ ପୁଲିସ ସେମାନଙ୍କୁ ଖୋଜୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking