ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ତିନି ବର୍ଷର ଝିଅ ଘର ବାହାରେ ଖେଳୁଥିବା ସମୟରେ ବୁଲା କୁକୁର ଆକ୍ରମଣର ଶିକାର ହୋଇଥିଲା । ପରେ ପରିବାର ଲୋକେ ଝିଅଟିକୁ ନିକଟସ୍ଥ ମେଡିକାଲକୁ ନେଇଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି । ମୁହଁରେ ଗଭୀର ଆଘାତ ଲାଗିବା ଯୋଗୁଁ ୧୮ଟି ଷ୍ଟିଚ ପଡିଛି । ଏହି ଘଟଣା ଏବେ ସ୍ଥାନୀୟ ବାସିନ୍ଦା ମନରେ ଆତଙ୍କ ଖେଳା ଦେଇଛି । ବୁଲାକୁକୁରଙ୍କୁ ନିୟନ୍ତ୍ରଣ କରିବା ରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ଅବହେଳା କରିଥିବା ଅଭିଯୋଗ କରିଛନ୍ତି । ଅଞ୍ଚଳରେ ବୁଲାକୁକୁରଙ୍କ ବଢୁଥିବା ଆତଙ୍କ ବିଷୟରେ ଅନଲାଇନ ପ୍ରତିନିଧିତ୍ୱ ସମେତ ଅନେକ ଅଭିଯୋଗ ଧଆଖଲ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ସ୍ଥାନୀୟବାସୀ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସମସ୍ୟାର ସମାଧାନ ନହୁଏ, ଏପରି ଘଟଣା ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆନ ଯାଏ, ତେବେ ସେମାନେ ଜିଏଚଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବେ ।










