21.1 C
Bhubaneswar
Wednesday, February 4, 2026
Homeଓଡିଶାକେନାଲରେ ବୁଡ଼ି ନାବାଳିକା ମୃତ

କେନାଲରେ ବୁଡ଼ି ନାବାଳିକା ମୃତ

କଲମପୁର: କଲମପୁର ପୁଲିସ ଥାନା ଅଧିନସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବ୍ରାହ୍ମଣ କେନ୍ଦୁଗୁଡା ଘାଟଠାରେ ଗାଧୋଇବାକୁ ଯାଇ ଜଣେ ନାବାଳିକାଙ୍କର କେନାଲର ୧୨ଫୁଟ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ପରବର୍ତ୍ତୀ ସମୟରେ କଲମପୁର ଅଗ୍ନିଶମ ବାହିନୀଙ୍କ ଦ୍ବାରା ମୃତଦେହ ଉଦ୍ଧାର ହେବା ଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁସାରେ, ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ମହେନ୍ଦ୍ର ମାଝୀଙ୍କ ୧୧ ବର୍ଷିୟ ନାବାଳିକା ଝିଅ ରୁଚିକା ମାଝୀ ଗୁରୁବାର ବନ୍ଧକନା ସରସ୍ବତୀ ଶିଶୁ ମନ୍ଦିରରୁ ଫେରିବା ପରେ ଗାଧୋଇବା ପାଇଁ ନିକଟରେ ଥିବା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଯାଇଥିଲା।

ସେଠାରେ ଗାଧୋଉଥିବା ବେଳେ ହଠାତ ଗଭୀର ପାଣିରେ ଗୋଡ ଖସିଯିବାରୁ ପ୍ରାୟ ୧୨ ଫୁଟ୍ ପାଣିରେ ବୁଡ଼ି ନିଖୋଜ ହେଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏ‌ହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପାଣି ଭିତରେ ବୁଡ଼ି ନିଖୋଜ ରୁଚିକାକୁ ଖୋଜିଥିଲେ। ଘଟଣାସ୍ଥଳରୁ ପ୍ରାୟ ୧୫୦ ମିଟର ଦୂରରେ ପାଣି ଭିତରୁ ରୁଚିକାକୁ ଉଦ୍ଧାର କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ରୁଚିକାକୁ ମୃତ ଘୋଷଣା କରିଥିଲେ। ଏନେଇ କଲମପୁର ପୁଲିସ ଥାନା ପକ୍ଷରୁ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରାଯାଇଛି। ଏହାପରେ ପୁଲିସ ଶବକୁ ଜବତ କରି ପଞ୍ଚନାମା କରିଥିଲେ। କଲମପୁରଠାରେ ମୃତଦେହ ବ୍ୟବଚ୍ଛେଦ ବ୍ୟବସ୍ଥା ନଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking