14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶସଡକ ଦୁର୍ଘଟଣାରେ ନାବାଳିକା ମୃତ

ସଡକ ଦୁର୍ଘଟଣାରେ ନାବାଳିକା ମୃତ

ଛାତ୍ରପୁର: ଛାତ୍ରପୁରରୁ ସାମନାକୁ ଆସିଛି ଏକ ଛାତିଥରା ଦୁର୍ଘଟଣାର ଖବରଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନାବାଳିକାଙ୍କ ଦୁଃଖଦ ମୃତ୍ୟୁ ଘଟିଛିସୂଚନା ଅନୁସାରେ, ଛତ୍ରପୁର ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଦୁଇ ଭାଇ ଅଳ୍ପକେ ବଞ୍ଚିଯାଇଛନ୍ତି। ମୃତ ନାବାଳିକା ଜଣକ ହେଲେ କାଳିଆବାଲିର ଅବସରପ୍ରାପ୍ତ ଆର୍ମି ଏସ.ଦେବରାଜ ରେଡ୍ଡିଙ୍କ ଝିଅ ଏସ.ସୃତି ରେଡ୍ଡି(୧୫) । ସୂଚନା ମୁତାବକ ଦେବରାକ ନିଜ ସ୍କୁଟି ଯୋଗେ ଦୁଇ ପୁଅ ଓ ଝିଅକୁ ବସାଇ କାଳିଆବାଲିରୁ ଛତ୍ରପୁର ପିଲାମାନଙ୍କୁ ଟ୍ୟୁଶନ ଛାଡିବାକୁ ଆସୁଥିଲେ। ଛତ୍ରପୁର ଜାତୀୟ ରଜପଥ ଡିଆରଡିଏ ଛକରୁ ଛତ୍ରପୁର ଅଭିମୁଖେ ବୁଲିବା ସମୟରେ ଏକ ଗାଡି ତାଙ୍କୁ ଅତ୍ରିକ୍ରମ କରିଥିବାରୁ ସ୍କୁଟି ଚାଳକ ଭାରସାମ୍ୟ ହରାଇ ରାଜପଥରେ ପଡିଯାଇଥିଲେ।

ସେହିସମୟରେ ପଛପଟୁ ଏକ ଟ୍ରକ ଓଡି୦୨ ସିଏମ୩୧୬୫ର ଚକତଳେ ଝିଅ ସୃତି ପଡିଯାଇଥିବାବେଳେ ଅନ୍ୟମାନେ ରାସ୍ତାରେ ଛିଟିକି ପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସୃତିକୁ ମୃତ୍ୟୁ ଘୋଷଣା କରିଥିଲେ। ଦୁଇ ଭାଇ ଏସ.ବିକାଶ ଓ ଏସ.ଲୋକେଶ ଏବଂ ବାପା ଏସ.ଦେବାରାଜ ବର୍ତ୍ତି ଯାଇଥିଲେ । ସୃତି କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠ ପଢୁଥିଲେ। ଖବର ପାଇଁ ଛତ୍ରପୁର ପୋଲିସ ଡିଆରଡିଏ ଛକରେ ପହଂଚି ଟ୍ରକକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି ଏବଂ ସ୍କୃଟି ମଧ୍ୟ ଜବତ କରିବା ସହ ମେଡିକାଲରେ ପହଂଚି ମୃତଦେହକୁ ମଧ୍ୟ ଜବତ କରି ଶବ ବ୍ୟବଚ୍ଛେଦ ପାଇ ପଠାଇବା ସହ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସଙ୍ଗେ ସଙ୍ଗେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାହାକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking