25.1 C
Bhubaneswar
Thursday, February 12, 2026
Homeଓଡିଶାସାପ କାମୁଡାରେ ନାବାଳିକା ମୃତ

ସାପ କାମୁଡାରେ ନାବାଳିକା ମୃତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବାଉରୀଗୋଡ଼ା ଗ୍ରାମପଞ୍ଚାୟତ ଅର୍ଜ୍ଜନବାଡ଼ ଗ୍ରାମରେ ଜଣେ ୧୩ ବର୍ଷୀୟ ନାବାଳିକାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲା ସିତୁ ନାଏକ। ସୂଚନା ଅନୁସାରେ ଜୟ ନାରାୟଣ ନାଏକଙ୍କ ନାବାଳିକା ଝିଅ ସିତୁ ଆଜି ପୂର୍ବାହ୍‌ଣରେ ଘରେ ଏକାକୀ ଥିଲା। ସେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ପୋଖରୀରେ ଗାଧୋଉଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଘରକୁ ଆସିଲା ପରେ ବିଷକ୍ରିୟାରେ ତା ମୁହଁରୁ ଫେଣ ବାହାରି ଥିଲା। ପରେ ଚିକିତ୍ସା ପାଇଁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking