21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା

ନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା

ମଧ୍ୟପ୍ରଦେଶ: ନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା। ଆଜି ଚାମ୍ବଲ ନଦୀକୁ ଡେଇଁ ଜଣେ ୧୮ ବର୍ଷର ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କୁ ଭିଣ୍ଡର ଚନ୍ଦନପୁରା ନିବାସୀ ଅଶୋକ କଏନଙ୍କ ଝିଅ ଜ୍ୟୋତି ବୋଲି ଚିହ୍ନଟ କରାଯାଇଛି। ଭିଣ୍ଡ ଜିଲ୍ଲାର ଫୁପ ପୋଲିସ ଷ୍ଟେସନ ଅଞ୍ଚଳରେ ଚାମ୍ବଲ ନଦୀ ଉପରେ ଥିବା ବର୍ହି ସେତୁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ସକାଳେ ସେ କିଛି କାମ ଅଛି କହି ଘରୁ ବାହାରି ଯାଇଥିଲେ। ସେତୁ ପାଖରେ ପହଞ୍ଚିବା ପରେ ସେ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶର ପୋଲିସ ଦଳ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଫୁପ୍ ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଭିଣ୍ଡକୁ ପଠାଇଛି। ୟୁପି ପୋଲିସ ନଦୀକୂଳ ନିକଟରେ ନାବାଳିକାଙ୍କ ବ୍ୟାଗ ମଧ୍ୟ ପାଇଛି। ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛିକାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking