27.1 C
Bhubaneswar
Tuesday, June 24, 2025
Homeଓଡିଶାଲମତାପୁଟ ବ୍ଲକ ଏସ୍‌ସିଏସ୍‌ଟି ହଷ୍ଟେଲରେ ନାବାଳିକା ଧର୍ଷଣ ଘଟଣା : ରାଜ୍ୟ ସରକାରଙ୍କୁ ଅନୁସୂଚିତ ଜନଜାତିକ...

ଲମତାପୁଟ ବ୍ଲକ ଏସ୍‌ସିଏସ୍‌ଟି ହଷ୍ଟେଲରେ ନାବାଳିକା ଧର୍ଷଣ ଘଟଣା : ରାଜ୍ୟ ସରକାରଙ୍କୁ ଅନୁସୂଚିତ ଜନଜାତିକ ମିଶନଙ୍କ ନୋଟିସ୍‌

– ବିଜେଡିର ଅଭିଯୋଗକୁ ଭିତ୍ତିକରି ରାଜ୍ୟ ସରକାରଙ୍କୁ ନୋଟିସ୍‌
– ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ନୋଟିସ

ଭୁବନେଶ୍ୱର :କୋରାପୁଟଜିଲ୍ଲାଲମତାପୁଟବ୍ଲକରଗୁନେଇପଦା ଏସ୍‌ସିଏସ୍‌ଟିଛାତ୍ରୀ ନିବାସରେ ନାବାଳିକା ଧର୍ଷଣକୁନେଇବିଜେଡି ଗସ୍ତ ସପ୍ତାହରେଜାତୀୟ ଅନୁସୂଚିତ ଜନଜାତିକମିଶନର ଦ୍ୱାରସ୍ଥହୋଇଥିଲା। ଗତ ମେ ୩ ତାରିଖରେବିଜେଡିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ପୀଡିତା ଓ ତାଙ୍କ ପରିବାରଙ୍କୁଭେଟିସମବେଦନା ଜଣାଇବାସହଏଭଳି ଅମାନବୀୟ ଘଟଣାର ଦୃଢ ନିନ୍ଦାକରିଥିଲେ ଓ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁଜାତୀୟ ଅନୁସୂଚିତ ଜନଜାତିକମିଶନ ନିକଟରେ ଦାବିକରିଥିଲେ। ବିଜେଡିର ଅଭିଯୋଗ ଆଧାରରେକମିଶନ ରାଜ୍ୟସରକାରଙ୍କୁନୋଟିସଜାରିକରିଛନ୍ତି।ଗୃହବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ପୋଲିସମହାନିର୍ଦ୍ଦେଶକ ଓ ଏସ୍‌ସିଏସ୍‌ଟିବିଭାଗର ପ୍ରମୁଖଶାସନ ସଚିବଙ୍କୁଏହିଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯାଇଛି, ୭ ଦିନ ମଧ୍ୟରେଉତ୍ତରରଖିବାକୁକମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀଶ୍ରୀମତୀଟୁକୁନିସାହୁଙ୍କନେତୃତ୍ୱରେ ପୂର୍ବତନ ସାଂସଦ ଶ୍ରୀମତୀସର୍ମିଷ୍ଠାସେଠୀ, ଶ୍ରୀମତୀରାଜଶ୍ରୀମଲ୍ଲିକ, ପୂର୍ବତନ ମହିଳାକମିଶନ ଅଧ୍ୟକ୍ଷାଲୋପାମୁଦ୍ରାବକ୍ସିପାତ୍ର, ମିଡିଆସଂଯୋଜକ ଡ. ଲେନିନ ମହାନ୍ତି ଓ ଡ. ପ୍ରିୟବ୍ରତମାଝୀ ପ୍ରମୁଖ ଗତ ୫ ତାରିଖରେଜାତୀୟ ଅନୁସୂଚିତ ଜତଜାତିକମିଶନଙ୍କୁଭେଟିକାର୍ଯ୍ୟାନୁଷ୍ଠାନ ଦାବିକରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking