21.1 C
Bhubaneswar
Tuesday, February 24, 2026
Homeଓଡିଶାନାବାଳିକା ଗଣବାଳାତ୍କାରର ଶିକାର ଅଭିଯୋଗ, ଚାରି ଅଭିଯୁକ୍ତ ଗିରଫ

ନାବାଳିକା ଗଣବାଳାତ୍କାରର ଶିକାର ଅଭିଯୋଗ, ଚାରି ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ : ପୁଣି ସାମ୍ନାକୁ ଆସିଲା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ଏକ ଲଜ୍ଜ୍ୟାଜନକ ଘଟଣା। ଚାରିଜଣ ଅଭିଯୁକ୍ତଙ୍କ ଦ୍ଵାରା ଗଣବଳାତ୍କାରର ଶିକାର ହେଲେ ନାବାଳିକା। ଏନେଇ ଗତକାଲି ବାଙ୍ଗିରିପୋଷି ଥାନାରେ ୪ଜଣଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଲେ ପୀଡ଼ିତା ଓ ସମ୍ପର୍କୀୟ। ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ସୋରିଷପାଳ ଅଞ୍ଚଳର ନବ ହାଁସଦା, ବିରୁଡ଼ି ଅଞ୍ଚଳର ସାଲଖାନ ଟୁଡୁ, କଦମଡିହାର ସୁରାରି ହାଁସଦା ଓ ମଝିଗାଁର ଡମନ ହେମ୍ବ୍ରମ ବୋଲି ପୋଲିସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଆଜି ପୀଡିତା ଓ ଅଭିଯୁକ୍ତ ସମସ୍ତଙ୍କର ମେଡ଼ିକାଲ ଯାଞ୍ଚ ହେବ। ପରେ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ପୀଡ଼ିତା ନାବାଳିକାଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ଚାରି ମାସର ଗର୍ଭବତୀ ବୋଲି ଜଣାପଡିଛି। ପୋଲିସ ମାମଲା ରୁଜ୍ଜୁ କରିବା ସହିତ ପିଡ଼ିତାର ବୟାନ ରେକର୍ଡ କରି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ କିଛିଦିନ ହେଲା ନାବାଳିକାଙ୍କ ମାନସିକ ଓ ଶାରୀରିକ ପରିବର୍ତ୍ତନ ଦେଖି ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରୁ ନାବାଳିକାଜଣକ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏ ସଂପର୍କରେ ତାକୁ ପଚରାଉଚରା କରିବାରୁ ପାଖାପାଖି ୪/୫ ମାସ ତଳେ ୪ଜଣ ଯୁବକ ତାକୁ ଗଣଦୁଷ୍କର୍ମ କରିଥିଲେ ବୋଲି କହିଥିଲା। ଏମିତିକି ହାଟ, ନଦୀ ତୋଟା, ଘର ସାଙ୍ଗକୁ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲା ପୀଡ଼ିତା। ଏପରିକି ଏ ସଂପର୍କରେ କାହାରିକୁ କହିଲେ ତାକୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଅଭିଯୁକ୍ତ ମାନେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking